ଶ୍ରେଷ୍ଠ ପାଞ୍ଚ: ପ୍ରଥମ ୫ ଓଡ଼ିଆ ଚଳଚ୍ଚିତ୍ର

ସୀତା ବିବାହ

ସୀତା ବିବାହ

୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ନିର୍ମିତ ହୋଇଥିଲା। ଏହାର ନିର୍ଦ୍ଦେଶକ ଥିଲେ ମୋହନ ସୁନ୍ଦରଦେବ ଗୋସ୍ବାମୀ। ଏଥିରେ ମୁଖ୍ୟ ଭୂମିକାରେ ମାଖନଲାଲ୍‌ ବାନାର୍ଜୀ, ଆଦିତ୍ୟ ବଲ୍ଲଭ ମହାନ୍ତି, ପ୍ରଭାବତୀ ଦେବୀ ପ୍ରମୁଖ ଅଭିନୟ କରିଥିଲେ। ଏହା ୧୯୩୬ ଏପ୍ରିଲ୍‌ ୨୮ ତାରିଖରେ ମୁକ୍ତି ଲାଭ କରିଥିଲା।

ଲଳିତା

ଲଳିତା

୧୯୪୯ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ଲୋକନାଥ, ଉମା ପ୍ରମୁଖ ଅଭିନୟ କରିଥିଲେ।

ସପ୍ତଶଯ୍ୟା

ସପ୍ତଶଯ୍ୟା

୧୯୫୦ରେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ସପ୍ତଶଯ୍ୟା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ବ୍ୟୋମକେଶ ତ୍ରିପାଠି, ଅନିମା ପ୍ରମୁଖ ଅଭିନୟ କରିଥିଲେ।

ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ

୧୯୫୦ରେ ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ ମୁକ୍ତି ଲାଭ କରିଥିଲା। ଚିତ୍ତ ରଞ୍ଜନ ମିତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଗୋପାଳ, ଗ୍ଲୋରିୟା ମହାନ୍ତି ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ।

ରୋଲେସ୍‌ ଟୁ ଏଇଟ୍‌

ରୋଲେସ୍‌ ଟୁ ଏଇଟ୍‌

୧୯୫୧ରେ ପଞ୍ଚମ ଓଡ଼ିଆ ଚଳଚ୍ଚିତ୍ର ରୋଲେସ୍‌ ଟୁ ଏଇଟ୍‌ ବା ଆକା ରୋଲସ୍‌-୨୮ ମୁକ୍ତି ଲାଭ କରିଥିଲା। ଇଂଲିଶ୍‌ ନାମ ଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ରତିକାନ୍ତ, କମଳା ପ୍ରମୁଖ ଅଭିନୟ କରିଥିଲେ।