ଶ୍ରେଷ୍ଠ ପାଞ୍ଚ: ପୂଜାରେ ବ୍ୟବହୃତ ସାମଗ୍ରୀ

କ୍ଷୀର

କ୍ଷୀର

ଓଡ଼ିଶାରେ ହେଉଥିବା ବିଭିନ୍ନ ପୂଜାରେ ଗାଈ କ୍ଷୀରର ଉପଯୋଗ ହୋଇଥାଏ। ଅନେକ ସୋମବାର ମହାଦେବଙ୍କୁ କ୍ଷୀର ଲାଗି କରାଇଥାନ୍ତି। ପଞ୍ଚାମୃତ ପ୍ରସ୍ତୁତିରେ କ୍ଷୀରର ଉପଯୋଗ କରାଯାଇଥାଏ।

ଦହି

ଦହି

ଦହିକୁ ବିଭିନ୍ନ ପୂଜାରେ ବ୍ୟବହାର କରାଯାଇଥାଏ। ରୁଦ୍ରାଭିଷେକ ସମୟରେ ଦହିକୁ ବ୍ୟବହାର କରାଯାଏ। ଅନେକ ମନ୍ଦିରରେ ଠାକୁରଙ୍କୁ ଦହି ପଖାଳ ଲାଗି ହୋଇଥାଏ।

ଛେନା

ଛେନା

ଛେନା ଓଡ଼ିଶାର ବିଭିନ୍ନ ପୂଜାରେ ବ୍ୟବହୃତ ହୋଇଥାଏ। ରୁଦ୍ରାଭିଷେକ ସମୟରେ ଛେନାକୁ ଶ୍ରୀଲିଙ୍ଗ ଉପରେ ଘସା ଯାଇଥାଏ।

ଗୁଆଘିଅ

ଗୁଆଘିଅ

ଗୁଆଘିଅ ପ୍ରତି ପୂଜାରେ ବ୍ୟବହାର କରାଯାଇଥାଏ। ଦୀପ ଜଳାଇବା ସମୟରେ ଏଥିରେ ଗୁଆଘିଅ ବ୍ୟବହାର କରିବା ବିଧି ରହିଛି। ମା’ ମହାଲକ୍ଷ୍ମୀଙ୍କ ପୂଜାରେ ଗୁଆଘିଅ ବ୍ୟବହୃତ ହୋଇଥାଏ।

ଗୋମୟ

ଗୋମୟ

ଗୋମୟ ଦ୍ୱାରା ପୂଜା ସମୟରେ ଲିପାପୋଛା କାର୍ଯ୍ୟ କରାଯାଇଥାଏ। ମାଣବସା ଗୁରୁବାରରେ ଗୋମୟ ଦ୍ୱାରା ଘରଦ୍ୱାରା ଲିପା ଯିବାର ପରମ୍ପରା ରହିଛି।