ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଜଙ୍ଗଲୀ କୋଳି

ବେତ

ବେତ

ବେତ କୋଳି ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ଏହା ବିଭିନ୍ନ ଶାରୀରିକ ସମସ୍ୟା ନିରାକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେହିକେହି ଏହାର ଆଚାର ମଧ୍ୟ କରିଥାନ୍ତି।

ଫାଲ୍‌ସା

ଫାଲ୍‌ସା

ଫାଲ୍‌ସା କୋଳି ଖାଇବାକୁ ଭଲ ଲାଗେ। ଛୋଟପିଲା ଏହାକୁ ଖାଇବାକୁ ଭଲ ପାଆନ୍ତି। ଏହା ଶରୀର ଲାଗି ହିତକର। କେତେକ ରୋଗରେ ଏହା ମହୋଷଧୀ ଭଳି କାର୍ଯ୍ୟ କରେ।

କଣ୍ଟେଇ

କଣ୍ଟେଇ

କଣ୍ଟେଇ କୋଳି ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ଏହାର ଅଚାର ମଧ୍ୟ କରାଯାଇଥାଏ। ଏହା ଅଳ୍ପ ଖଟା ଲାଗିଥାଏ। ଏହା ପାଚନକ୍ରିୟାକୁ ନିୟନ୍ତ୍ରିତ କରିଥାଏ। ମା’ ମହାଲକ୍ଷ୍ମୀଙ୍କ ପୂଜାରେ ଏହାର ବ୍ୟବହାର କରାଯାଇଥାଏ।

ବଇଁଚ

ବଇଁଚ

ବଇଁଚ ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଦେଖାଯାଇଥାଏ। ଛୋଟପିଲାମାନେ ଏହାକୁ ଖାଇବାକୁ ଭଲ ପାଇଥାନ୍ତି। ସଅର, କେଳା ଆଦି ସମ୍ପ୍ରଦାୟ ଏହାକୁ ତୋଳି ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି।

କ୍ଷୀରି

କ୍ଷୀରି

କ୍ଷୀରି କୋଳି ଓଡ଼ିଶାର ଜଙ୍ଗଲ ଅଞ୍ଚଳରେ ଦେଖାଯାଇଥାଏ। ଏହାକୁ ଖାଇବାକୁ ଅନେକ ପସନ୍ଦ କରନ୍ତି। ଜଙ୍ଗଲ ନିକଟରେ ବାସ କରୁଥିବା ଲୋକମାନେ ଏହାକୁ ତୋଳି ବିକ୍ରି କରିଥାନ୍ତି।