ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାରେ ମିଳୁଥିବା ଆମ୍ବ

କଲମୀ

କଲମୀ

କଲମୀ ଆମ୍ବ ଖାଇବାକୁ ସ୍ବାଦଯୁକ୍ତ। ଏହାର ଗଛ ସାଧାରଣତଃ ଛୋଟ ହୋଇଥାଏ। ୨ରୁ ୫ ବର୍ଷ ମଧ୍ୟରେ କଲମୀ ଗଛରେ ଫଳ ଧରିଥାଏ।

ବାଇଗଣ ପଲେଇ

ବାଇଗଣ ପଲେଇ

ବାଇଗଣ ପଲେଇ ଆମ୍ବ ୨ଶହ ଗ୍ରାମ୍‌ରୁ ଆରମ୍ଭ କରି ୭୫୦ ଗ୍ରାମ୍‌ ପର୍ଯ୍ୟନ୍ତ ଓଜନର ହୋଇଥାଏ। ଏହାଖାଇବାକୁ ବେଶ୍‌ ସ୍ବାଦଯୁକ୍ତ। ଏହି ଗଛରେ ଆମ୍ବ ୩ରୁ ୫ ବର୍ଷ ମଧ୍ୟରେ ଫଳିଥାଏ। ଗଛ ପ୍ରାୟ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ।

ତୋଟା ପୁର

ତୋଟା ପୁର

ତୋଟା ପୁର ଆମ୍ବ ଆକାର ଛୋଟ ହୋଇଥାଏ। ଆମ୍ବର ଓଜନ ଶହେ ଗ୍ରାମ୍‌ରୁ ୩ ଶହ ଗ୍ରାମ୍‌ ମଧ୍ୟରେ ହୋଇଥାଏ। ଏହା ଖାଇବାକୁ ଅନେକ ପସନ୍ଦ କରନ୍ତି।

ସୁନ୍ଦରୀ

ସୁନ୍ଦରୀ

ସୁନ୍ଦରୀ ଆମ୍ବ ଦେଖିବାକୁ ବେଶ୍‌ ଆକର୍ଷଣୀୟ। ଏହାର ସ୍ବାଦକୁ ଅନେକ ପସନ୍ଦ କରନ୍ତି। ଏଥିରେ ଲାଲ୍‌ ସବୁଜ ରଙ୍ଗ ରହିଥାଏ।

ଆଖୁରସ

ଆଖୁରସ

ଆଖୁରସ ଆମ୍ବ ମିଠା ଏବଂ ସ୍ବାଦଯୁକ୍ତ। ଏହାକୁ ଖାଇବାକୁ ସଭିଏଁ ପସନ୍ଦ କରନ୍ତି। ଏହାର ଓଜନ ୫୦ ଗ୍ରାମ୍‌ରୁ ଆରମ୍ଭ କରି ୪ଶହ ଗ୍ରାମ୍‌ ପର୍ଯ୍ୟନ୍ତ ହୋଇଥାଏ।