ଶ୍ରେଷ୍ଠ ପାଞ୍ଚ: ଛୁଇଁ ଜାତୀୟ ଫସଲ

ଝୁଡ଼ଙ୍ଗ

ଝୁଡ଼ଙ୍ଗ

ଶୀତ ଦିନେ ଓଡ଼ିଶାରେ ଝୁଡ଼ଙ୍ଗ ଉପତ୍ାଦନ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଓ ଖଣିଜ ପଦାର୍ଥ ରହିଥାଏ। ଏହାକୁ ଭାଜି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗେ। କେହି କେହି ଏଥିରେ ମାଛ ପକାଇ ରାନ୍ଧିଥାନ୍ତି।

ବିନ୍‌

ବିନ୍‌

ବିନ୍‌ ଏକ ଶୀତଦିନିଆ ପରିବା। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଓ ଖଣିଜ ପଦାର୍ଥ ରହିଥାଏ। ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାକୁ ଭାଜି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗେ।

ଗୁଆଁର

ଗୁଆଁର

ଗୁଆଁର ଓଡ଼ିଶାର ପ୍ରାୟତଃ ସବୁ ସ୍ଥାନରେ ଚାଷ ହୋଇଥାଏ। ଏହାକୁ ଖାଇବାକୁ ଭଲ ଲାଗେ। ଏହାକୁ ଭଜା କିମ୍ବା ତରକାରି କରି ଅନେକ ଖାଇଥାନ୍ତି।

ମଟର ଛୁଇଁ

ମଟର ଛୁଇଁ

ଶୀତ ଦିନେ ଓଡ଼ିଶାରେ ମଟର ଛୁଇଁ ଅମଳ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ, ବିଭିନ୍ନ ଧାତବ ଲବଣ, ଭିଟାମିନ୍‌ ଆଦି ରହିଥାଏ। ଏହାର ମଞ୍ଜିକୁ ଭାଜି କିମ୍ବା ତରକାରି କରି ଖାଇବାକୁ ଅନେକ ପସନ୍ଦ କରନ୍ତି।

ଶିମ୍ବ

ଶିମ୍ବ

ଶିମ୍ବ ଏକ ଶୀତ ଦିନିଆ ଫସଲ। ଏଥିରେ ପ୍ରଚୁର ପରିମାଣରେ ଲୌହ ରହିଥାଏ। ଏହାକୁ ଖାଇଲେ ରକ୍ତହୀନତା ରୋଗ ଭଲ ହୋଇଥାଏ। ଏଥିରେ ପ୍ରୋଟିନ୍‌ ସହିତ ଅନ୍ୟ ଖଣିଜ ଲବଣ ରହିଥାଏ।


Model This Week

କ୍ରିଷ୍ଣା
Why Dharitri