ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ସମୁଦ୍ରଜାତ ଦ୍ରବ୍ୟ

ଶଙ୍ଖ

ଶଙ୍ଖ

ଶଙ୍ଖ ଏକ ସମୁଦ୍ରଜାତ ଦ୍ରବ୍ୟ। ଏହା ଏକ ସାମୁଦ୍ରିକ ଜୀବର ଉପର ଖୋଳପା। ଶଙ୍ଖକୁ ଅତି ପବିତ୍ର ଭାବେ ବିବେଚନା କରାଯାଏ। ଏଣୁ ଏହାକୁ ପୂଜାରେ ବ୍ୟବହାର କରାଯାଏ। ସକାଳେ ଶଙ୍ଖ ଧ୍ୱନୀ ଶୁଭଦାୟକ ବୋଲି ଶାସ୍ତ୍ରରେ କୁହାଯାଇଛି।

ମୋତି

ମୋତି

ମୋତି ଶାମୁକା ପେଟରୁ ମିଳୁଥିବା ଏକ ପଦାର୍ଥ। ଏହାକୁ ରତ୍ନ ଭାବେ ବିବେଚନା କରାଯାଇଥାଏ। ଏହା ଚନ୍ଦ୍ର ମହାଗ୍ରହଙ୍କ ପ୍ରତିନିଧିତ୍ୱ ରତ୍ନ। ଏହା ଧାରଣ କଲେ ପ୍ରେମରେ ସଫଳତା ମିଳିବା ସହିତ ଜୀବନ ହୋଇଥାଏ ସୁଖମୟ।

ଶାମୁକା

ଶାମୁକା

ଶାମୁକା ସମୁଦ୍ରରେ ବାସ କରୁଥିବା ଏକ ଜୀବର ବାହ୍ୟ ଆସ୍ତରଣ। ଏହା କ୍ୟାଲସିୟମ୍‌ କାର୍ବୋନେଟ୍‌ରେ ନିର୍ମିତ। ଏହାକୁ ଅନେକ ଛୋଟ ପିଲାଙ୍କ ଖାଇବା ଚାମୁଚ ଭାବେ ବ୍ୟବହାର କରିଥାନ୍ତି।

କଉଡ଼ି

କଉଡ଼ି

କଉଡ଼ି ମହାଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର କରାଯାଉଥିବା ଏକ ପଦାର୍ଥ। ଏହାକୁ ନେଇ କଉଡ଼ି ଖେଳ ମଧ୍ୟ ହୋଇଥାଏ। ଏହାକୁ ପୂର୍ବକାଳରେ କିଣା ବିକାର ମାଧ୍ୟମ ଭାବେ ବ୍ୟବହାର କରାଯାଉଥିଲା।

ପ୍ରବାଳ

ପ୍ରବାଳ

ପ୍ରବାଳ ଏକ ସାମୁଦ୍ରିକ ଦ୍ରବ୍ୟ। ଏହାକୁ ମଙ୍ଗଳ ମହାଗ୍ରହଙ୍କ ରତ୍ନ ଭାବେ ଧାରଣ କରାଯାଇଥାଏ। ପ୍ରବାଳ ଧାରଣ କଲେ ବିବାହ ପ୍ରତିବନ୍ଧକ ଦୂର ହେବା ସହିତ ଋତୁସ୍ରାବ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ।