ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଜଙ୍ଗଲଜାତ ଦ୍ରବ୍ୟ

ଝୁଣା

ଝୁଣା

ଝୁଣା ଶାଳ ଗଛର ଅଠା। ଏହାକୁ ବିଭିନ୍ନ ପୂଜାରେ ବ୍ୟବହାର କରାଯାଏ। ଘରକୁ ମଶା ତଥା କୀଟପତଙ୍ଗ ଦାଉରୁ ରକ୍ଷା କରିବା ପାଇଁ ଝୁଣା ଧୂଆଁ ଦିଆଯାଇଥାଏ।

ଲାଖ

ଲାଖ

ଲାଖ ଏକ କୀଟର ଲାଳ। ଏହା ଜଙ୍ଗଲର ବିଭିନ୍ନ ଗଛରେ ବାସ କରିଥାଏ। ଏହାର ଲାଲ ଶୁଖିଗଲେ ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ।

ମହୁ

ମହୁ

ମହୁ ମାଛି ଜଙ୍ଗଲର ବିଭିନ୍ନ ଗଛରେ ଫେଣା କରିଥାନ୍ତି। ଫେଣାରେ ମହୁ ସଂଗୃହୀତ ହୋଇ ରହିଥାଏ। ମହୁର ଅନେକ ଔଷଧୀୟ ଗୁଣ ରହିଛି।

କେନ୍ଦୁପତ୍ର

କେନ୍ଦୁପତ୍ର

କେନ୍ଦୁପତ୍ର ବିଭିନ୍ନ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। କେନ୍ଦୁପତ୍ରକୁ ଶୁଖାଇ ସେଥିରେ ବିଡ଼ି ବନ୍ଧା ଯାଇଥାଏ। ଜଙ୍ଗଲରେ ବାସ କରୁଥିବା ଜନଜାତି ସମ୍ପ୍ରଦାୟ କେନ୍ଦୁପତ୍ର ତୋଳି ବିକ୍ରି କରିଥାନ୍ତି।

ଶାଳପତ୍ର

ଶାଳପତ୍ର

ଶାଳପତ୍ରରେ ଖଲି ତିଆରି ହୋଇଥାଏ। ଏହାକୁ ଜନଜାତି ସମ୍ପ୍ରଦାୟ ତୋଳି ବିକ୍ରି କରିଥାନ୍ତି। ଏହାଦ୍ୱାରା ଜନଜାତି ସମ୍ପ୍ରଦାୟଙ୍କର ଆର୍ଥିକ ବିକାଶ ହୋଇଥାଏ।