ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର କୋଳି

ବର

ବର

ବର କୋଳି ଓଡ଼ିଶାର ସମସ୍ତ ଅଞ୍ଚଳରେ ଫଳିଥାଏ। ଏହାକୁ ମାତା ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର କରାଯାଇଥାଏ। ଅନେକ ଏହାକୁ ଅଚାର କରିଥାନ୍ତି। ବର କୋଳିକୁ ଚଟଣୀ କରି ଭାତ ସହିତ ଖାଇବାକୁ ଅନେକ ପସନ୍ଦ କରନ୍ତି।

ଜାମୁ

ଜାମୁ

ଜାମୁକୋଳି ଓଡ଼ିଶାର ଅନେକ ଅଞ୍ଚଳରେ ଫଳି ଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ମଞ୍ଜି ସହ ଚୋବାଇ ଖାଇଲେ ମଧୁମେହ ରୋଗ ଭଲ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି।

ନର

ନର

ନରକୋଳି ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ଏହାର ଅଚାର କରାଯାଇଥାଏ। ଏହା ଅଳ୍ପ ଖଟା ଲାଗିଥାଏ। ଏହା ପାଚନକ୍ରିୟାକୁ ନିୟନ୍ତ୍ରିତ କରିଥାଏ।

ଅଁଳା

ଅଁଳା

ଅଁଳା କୋଳି ମାତା ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହୃତ ହୋଇଥାଏ। ଏହାକୁ ଶୁଖାଇ ଗୁଣ୍ଡକରି ଖାଇଲେ ଅନେକ ଉପକାର ମିଳିଥାଏ। ଏହାର ଆଚାର ମଧ୍ୟ କରାଯାଇଥାଏ। ମଧୁମେହ ରୋଗରେ ଏହା ମହୋଷଧୀ ଭଳି କାର୍ଯ୍ୟ କରେ।

ଖଜୁରୀ

ଖଜୁରୀ

ଖଜୁରୀ କୋଳି ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ଏହା ହୃଦ୍‌ ସମସ୍ୟା ତଥା ମଧୁମେହ ନିରାକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେହିକେହି ଏହାର ଆଚାର କରିଥାନ୍ତି।