ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାରେ ବ୍ୟବହୃତ ଚଟଣୀ ପତ୍ର

ଧନିଆ ପତ୍ର

ଧନିଆ ପତ୍ର

ଧନିଆ ପତ୍ରକୁ ଚଟଣୀ କରି ଖିଆଯାଇଥାଏ। ଏଥିରେ ଖଟା କିମ୍ବା ଲେମ୍ବୁ ପକାଇ ଖାଇବାକୁ ଭଲ ଲାଗେ। ପଖାଳ ଭାତ ସହିତ ଏହାର ଚଟଣୀ ବେଶ୍‌ ସ୍ବାଦଯୁକ୍ତ।

ପୋଦିନା

ପୋଦିନା

ପୋଦିନା ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ପଲଉରେ ତଥା ତରକାରିରେ ପକାଯାଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହା ପାଚନ ଯନ୍ତ୍ରକୁ ସ୍ବାଭାବିକ କରିଥାଏ।

ଥାଲକୁଡ଼ି

ଥାଲକୁଡ଼ି

ଥାଲକୁଡ଼ି ପତ୍ର ନିୟମିତ ଖାଇଲେ ସ୍ମରଣ ଶକ୍ତିରେ ବୃଦ୍ଧି ଘଟିଥାଏ। ଏହାକୁ ଚଟଣୀ କରି ଖାଇବାକୁ ବେଶ୍‌ ଭଲ ଲାଗେ। ଏହାର ଅନେକ ଔଷଧୀୟ ଗୁଣ ରହିଛି।

ଭୁର୍ସଙ୍ଗା ପତ୍ର

ଭୁର୍ସଙ୍ଗା ପତ୍ର

ପକୋଡ଼ି, ବରା ଆଦିରେ ଭୁର୍ସଙ୍ଗା ପତ୍ର ପଡ଼ିଥାଏ। ଏହାକୁ ଚଟଣୀ କରି ଖାଇବାକୁ ଭଲଲାଗେ। ମଧୁମେହ ରୋଗରେ ଏହା ମହୋଷଧୀ ଭଳି କାର୍ଯ୍ୟ କରେ।

ପିଆଜ ଶଣ୍ଢା

ପିଆଜ ଶଣ୍ଢା

ପିଆଜ ଶଣ୍ଢା ଶୀତଦିନେ ହୋଇଥାଏ। ଏହାକୁ ଭାଜି କିମ୍ବା ତରକାରିରେ ପକାଯାଇଥାଏ। ଏହାକୁ ଚଟଣୀ କରି ପଖାଳ ଭାତ ସହିତ ଖାଇବାକୁ ବେଶ୍‌ ଭଲ ଲାଗିଥାଏ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri