ଶ୍ରେଷ୍ଠ ପାଞ୍ଚ: ମାଟି ତଳ ପରିବା

ସାରୁ

ସାରୁ

ସାରୁ ମାଟି ତଳେ ହେଉଥିବା ଏକ ପରିବା। ଏହାକୁ ମାଛରେ ପକାଇ ରାନ୍ଧି ଖାଇବାକୁ ଭଲଲାଗେ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଓ ଖଣିଜ ପଦାର୍ଥ ରହିଥାଏ।

ମୂଳା

ମୂଳା

ଶୀତ ଦିନେ ମୂଳା ଅମଳ ହୋଇଥାଏ। ଏହାକୁ କଞ୍ଚା ସାଲାଡ଼୍‌ କରି କିମ୍ବା ଭାଜି ତଥା ରାନ୍ଧି ଖାଇବାକୁ ଭଲ ଲାଗିଥାଏ। କେହି କେହି ମୂଳା ରାଇ ମଧ୍ୟ କରିଥାନ୍ତି। ଏଥିରେ ଅନେକ ଉପାଦେୟ ତତ୍ତ୍ୱ ରହିଛି।

ଖମ୍ବଆଳୁ

ଖମ୍ବଆଳୁ

ଖମ୍ବଆଳୁ ମାଟିତଳେ ହେଉଥିବା ଏକ ପରିବା। ଏଥିରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ, କାର୍ବୋହାଇଡ୍ରେଟ୍‌ ବିଭିନ୍ନ ଧାତବ ଲବଣ ରହିଥାଏ। ଏହାକୁ ଭାଜି କିମ୍ବା ତରକାରି କରି ଖାରବାକୁ ଭଲଲାଗେ। ଖମ୍ବଆଳୁ ଭଜା ପଖାଳ ଭାତ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି।

କନ୍ଦମୂଳ

କନ୍ଦମୂଳ

କନ୍ଦମୂଳ ଏକ ମାଟିତଳ ପରିବା। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଓ ଖଣିଜ ପଦାର୍ଥ ରହିଥାଏ। ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାକୁ ସିଝାଇ, ପୋଡ଼ି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗେ।

ଓଲୁଅ

ଓଲୁଅ

ଓଲୁଅ ମାଟିତଳେ ହୋଇଥାଏ। ଏହାକୁ ଖାଇଲେ ରକ୍ତହୀନତା ରୋଗ ଭଲ ହୋଇଥାଏ। ଏଥିରେ ପ୍ରୋଟିନ୍‌ ସହିତ ଅନ୍ୟ ଖଣିଜ ଲବଣ ରହିଥାଏ।