ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଶୀତ ଦିନିଆ ପନିପରିବା

କୋବି

କୋବି

ଶୀତ ଦିନେ ଓଡ଼ିଶାରେ କୋବି ଉପତ୍ାଦନ ହୋଇଥାଏ। ଓଡ଼ିଶାରେ ଫୁଲ କୋବି, ବନ୍ଧାକୋବି ଓ ଉଲକୋବି ଚାଷ ହୋଇଥାଏ। ଏସବୁରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଓ ଖଣିଜ ପଦାର୍ଥ ରହିଥାଏ। ଏସବୁକୁ ଭାଜି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗେ।

ମୂଳା

ମୂଳା

ଶୀତ ଦିନେ ମୂଳା ଚାଷ ହୋଇଥାଏ। ଏହାକୁ କଞ୍ଚା ସାଲାଡ଼୍‌ କରି କିମ୍ବା ଭାଜି ତଥା ରାନ୍ଧି ଖାଇବାକୁ ଭଲ ଲାଗିଥାଏ। କେହି କେହି ମୂଳା ରାଇ ମଧ୍ୟ କରିଥାନ୍ତି।

ଟମାଟୋ

ଟମାଟୋ

ଶୀତ ଦିନେ ଓଡ଼ିଶାରେ ଟମାଟୋ ଚାଷ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ, ବିଭିନ୍ନ ଧାତବ ଲବଣ, ଭିଟାମିନ୍‌-ସି ଆଦି ରହିଥାଏ। ଏହାକୁ ଖଟା କରି, କଞ୍ଚା କିମ୍ବା ତରକାରି କରି ଖାଇବାକୁ ଭଲଲାଗେ। ଟମାଟୋ ପୋଡ଼ା ପଖାଳ ଭାତ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି।

ବିନ୍‌

ବିନ୍‌

ବିନ୍‌ ଏକ ଶୀତଦିନିଆ ପରିବା। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଓ ଖଣିଜ ପଦାର୍ଥ ରହିଥାଏ। ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାକୁ ଭାଜି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗେ।

ଶିମ୍ବ

ଶିମ୍ବ

ଶିମ୍ବ ଏକ ଶୀତ ଦିନିଆ ଫସଲ। ଏଥିରେ ପ୍ରଚୁର ପରିମାଣରେ ଲୌହ ରହିଥାଏ। ଏହାକୁ ଖାଇଲେ ରକ୍ତହୀନତା ରୋଗ ଭଲ ହୋଇଥାଏ। ଏଥିରେ ପ୍ରୋଟିନ୍‌ ସହିତ ଅନ୍ୟ ଖଣିଜ ଲବଣ ରହିଥାଏ।