ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଗ୍ରାମାଞ୍ଚଳ ଶାଗ

କଳମ

କଳମ

ଓଡ଼ିଶାର ପୋଖରୀ ଗାଡ଼ିଆରେ କଳମ ଶାଗ ହୋଇଥାଏ। ଏହାକୁ ଭାଜି କିମ୍ବା ରାନ୍ଧି ଖାଇବାକୁ ଭଲଲାଗେ। ଏହାର ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଗ୍ରାମାଞ୍ଚଳରେ ପଖାଳ ଭାତ ସହିତ କଳମ ଶାଗ ଭଜା ଖାଇବାକୁ ଅନେକ ପସନ୍ଦ କରନ୍ତି।

ସୁନୁସୁନିଆ

ସୁନୁସୁନିଆ

ସୁନୁସୁନିଆ ଶାଗ ହୃଦୟ ପାଇଁ ଭାରି ଭଲ। ଏହାକୁ ନିୟମିତ ଖାଇଲେ ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଇଥାଏ। ଏହାକୁ ଭାଜି ପଖାଳ ଭାତ ସହିତ ଖିଆ ଯାଇଥାଏ।

ସଜନା

ସଜନା

ବାଡ଼ି ବଗିଚାରେ ସଜନା ଗଛ ଥାଏ। ଏହାର ଛୁଇଁ ତଥା ଶାଗକୁ ଭାଜି ପଖାଳ ଭାତ ସହିତ ଖାଇବାକୁ ଅନେକ ପସନ୍ଦ କରନ୍ତି।

କାନସିରୀ

କାନସିରୀ

କାନସିରୀଶାଗ ମଧୁମେହ ରୋଗୀଙ୍କ ପାଇଁ ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ଏହାକୁ ଭାଜି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗେ। ଏହା ରକ୍ତ ଶର୍କରା ତଥା ଉଚ୍ଚ ରକ୍ତ ଚାପରେ ଭଲ କାମ ଦେଇଥାଏ।

ପିତା ଶାଗ

ପିତା ଶାଗ

ପୋଖରୀ ହୁଡ଼ା, ଚାଷ ଜମି ତଥା ନଈ ପଠାରେ ପିତା ଶାଗ ହୋଇଥାଏ। ଏହାକୁ ତରକାରି କରି କିମ୍ବା ଭାଜି ଖାଇବାକୁ ବେଶ୍‌ ଭଲ ଲାଗିଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।