ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାରେ ବ୍ୟବହୃତ ଗରମ ମସଲା

ଡ଼ାଳଚିନି

ଡ଼ାଳଚିନି

ଡ଼ାଳଚିନିକୁ ଗରମ ମସଲାଭାବେ ଓଡ଼ିଶା ବାସିନ୍ଦା ବ୍ୟବହାର କରିଥାନ୍ତି। ଏହାର ଗୁଣ୍ଡକୁ ବିଭିନ୍ନ ତରକାରି ତଥା ପଲଉରେ ପକାଯାଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ପ୍ରତିଦିନ ସକାଳେ ଡ଼ାଳଚିନି ଚା’ ପିଇଲେ ଅନେକ ଉପକାର ମିଳିଥାଏ।

ଅଳେଇଚ

ଅଳେଇଚ

ଅଳେଇଚ ଗରମ ମସଲାଭାବେ ବିଭିନ୍ନ ତରକାରି, ପଲଉ, ଉପମା, ହାଲୁଆ ଆଦିରେ ପକାଯାଇଥାଏ। ଏହା ଖାଦ୍ୟକୁ ସୁସ୍ବାଦୁ କରିବା ସହିତ ପାଚନତନ୍ତ୍ରକୁ ଠିକ୍‌ ରଖିଥାଏ।

ଗୁଜୁରାତି

ଗୁଜୁରାତି

ଗୁଜୁରାତି ପଣା, ତରକାରି, ପଲଉ, ପାନ, ପିଠା ଆଦିରେ ପଡ଼ିଥାଏ। ଏହା ଖାଦ୍ୟର ବାସ୍ନାକୁ ବଢ଼ାଇବା ସହିତ ଶରୀରର ହଜମ ପ୍ରକ୍ରିୟାକୁ ସ୍ବାଭାବିକ କରିଥାଏ।

ଲବଙ୍ଗ

ଲବଙ୍ଗ

ଲବଙ୍ଗ ପାନ, ବିଭିନ୍ନ ମିଷ୍ଟାନ, ତରକାରୀ, ପଲଉ, ବିରିୟାନୀ ଆଦିରେ ପଡ଼ିଥାଏ। ବିବାହ ଉତ୍ସବରେ ବନ୍ଧୁବାନ୍ଧବଙ୍କୁ ଗୁଆ ବଦଳରେ ଲବଙ୍ଗ ଦିଆଯାଇଥାଏ। ଏହାକୁ ଶୁଭକାର୍ଯ୍ୟରେ ବ୍ୟବହାର କରାଯାଇଥାଏ।

ଜାଇଫଳ

ଜାଇଫଳ

ଜାଇଫଳ ପାନ, ମୁଖବାସ, ତରକାରି, ପଲଉ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀର ବାସ୍ନାକୁ ବୃଦ୍ଧି କରିବା ଲାଗି ବ୍ୟବହୃତ ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।