ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାରେ ବ୍ୟବହୃତ ମସଲା

ହଳଦୀ

ହଳଦୀ

ହଳଦୀକୁ ବିଭିନ୍ନ ତରକାରି ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହାର ଉପଯୋଗ ଦ୍ୱାରା ପାଚନ କ୍ରିୟା ଠିକ ରହିଥାଏ।

ଲଙ୍କା

ଲଙ୍କା

ତରକାରିରେ ପଡ଼ୁଥିବା ବିଭିନ୍ନ ମସଲାରେ ଲଙ୍କାକୁ ବ୍ୟବହାର କରାଯାଇଥାଏ। ଓଡ଼ିଶାରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ବିଭିନ୍ନ ପ୍ରକାର ଲଙ୍କା ଚାଷ କରାଯାଇଥାଏ।

ସୋରିଷ

ସୋରିଷ

ସୋରିଷ ପ୍ରାୟତଃ ସବୁ ତରକାରିରେ ବ୍ୟବହାର କରାଯାଇଥାଏ। ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ମାଛ ବେସର ବେଶ୍‌ ସ୍ବାଦଯୁକ୍ତ। ମାଛରେ ସୋରିଷ ବଟା ପକାଯାଇ ଏହା ପ୍ରସ୍ତୁତ ହୋଇଥାଏ।

ଜିରା

ଜିରା

ଡାଲିଠାରୁ ଆରମ୍ଭ କରି ପଲଉ ପର୍ଯ୍ୟନ୍ତ ସବୁଥିରେ ଜିରା ବ୍ୟବହାର କରାଯାଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଗ୍ୟାସ ତଥା ବଦହଜ୍‌ମୀ ଭଲ ହେବା ପାଇଁ ଏହା ଉପଯୋଗ କରାଯାଇଥାଏ।

ଧନିଆ

ଧନିଆ

ଧନିଆ ବଟା ମାଂସ, ମାଛ ତଥା ପଲଉରେ ବ୍ୟବହାର କରାଯାଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହାର ବ୍ୟବହାର ନିୟମିତ କଲେ ଅନେକ ସୁଫଳ ମିଳିଥାଏ।