ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଗ୍ରାମାଞ୍ଚଳ କ୍ରୀଡ଼ା

କବାଡ଼ି

କବାଡ଼ି

ଓଡ଼ିଶାର ଗ୍ରାମାଞ୍ଚଳରେ କବାଡ଼ି ବେଶ୍‌ ଲୋକପ୍ରିୟ। ଦୁଇ ଦଳ ମଧ୍ୟରେ ଏହି ଖେଳ ହୋଇଥାଏ। ପ୍ରତି ଦଳରେ ୭ ଜଣ ଖେଳାଳି ରହିଥାନ୍ତି।

ଖପରା ଡ଼ିଆଁ

ଖପରା ଡ଼ିଆଁ

ଓଡ଼ିଶାର ଗ୍ରାମାଞ୍ଚଳରେ ଖପରା ଡ଼ିଆଁ ଖେଳର ରହିଛି ଆଦର। ମାଟିରେ ଚାରିକୋଣିଆ ଘର କାଟି ଏହି ଖେଳ ଖେଳା ଯାଇଥାଏ। ଗାଁ ତୋଟାରେ ଦଳ ହୋଇ ପିଲାମାନେ ଏହି ଖେଳ ଖେଳିଥାନ୍ତି।

ଲୁଚକାଳି

ଲୁଚକାଳି

ଓଡ଼ିଶାରେ ଲୁଚକାଳି ଖେଳ ବେଶ୍‌ ଲୋକପ୍ରିୟ। ଛୋଟ ପିଲାମାନେ ଏହାକୁ ଖେଳିବାକୁ ପସନ୍ଦ କରିଥାନ୍ତି। ସନ୍ଧ୍ୟା ସମୟରେ ଏହାକୁ ଛୋଟ ପିଲାମାନେ ଖେଳିଥାନ୍ତି।

ପୁଚି

ପୁଚି

କୁମାର ପୂର୍ଣ୍ଣିମାରେ ଓଡ଼ିଶାରେ ଝିଅମାନେ ପୁଚି ଖେଳି ଥାନ୍ତି। ଗାଁ ଦାଣ୍ଡରେ ଆୟୋଜିତ ହୋଇଥାଏ ପୁଚି ପ୍ରତିଯୋଗୀତା। ଖେଳ ସମୟରେ ଅନେକ ଗୀତ ମଧ୍ୟ ଗାଇଥାନ୍ତି।

ଅନ୍ଧପୁଟୁଳି

ଅନ୍ଧପୁଟୁଳି

ଓଡ଼ିଶାର ଗ୍ରାମାଞ୍ଚଳରେ ଅନ୍ଧପୁଟୁଳି ଖେଳ ବେଶ୍‌ ଲୋକପ୍ରିୟ। ଜଣକର ଅଖିରେ ପୁଟୁଳି ବନ୍ଧାଯାଇ ତାଙ୍କୁ ଖେଳୁ ଥିବା ଅନ୍ୟ ସଦସ୍ୟଙ୍କୁ ଛୁଇଁବାକୁ କୁହାଯାଇଥାଏ। ଏହା ଏକ ମଜାଦାର ଖେଳ।