ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାରେ ବ୍ୟବହୃତ ଡ଼ାଲି

ମୁଗ

ମୁଗ

ମୁଗ ଡ଼ାଲି ଖାଇବାକୁ ଓଡ଼ିଶାର ଲୋକମାନେ ପସନ୍ଦ କରିଥାନ୍ତି। ଏହାକୁ ଭାଜି ଡ଼ାଲି କରାଯାଇଥାଏ। କେହିକେହି ଏଥିରେ ବିଭିନ୍ନ ପରିବା ପକାଇ ଡ଼ାଲମା ମଧ୍ୟ କରିଥାନ୍ତି। ଏଥିରେ ପ୍ରୋଟିନ୍‌ ସହିତ ଅନ୍ୟାନ୍ୟ ଆବଶ୍ୟକ ଉପାଦାନ ରହିଥାଏ।

ମସୁର

ମସୁର

ମସୁର ଡ଼ାଲିରୁ ଡ଼ାଲମା ତଥା ତଡ଼କା ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ବତୁରାଇ ପକୁଡ଼ି କରି ଖାଇଥାନ୍ତି। ଏହା ସହଜରେ ହଜମ ହେବା ସହିତ ପେଟକୁ ଥଣ୍ଡା ରଖିଥାଏ।

ହରଡ଼

ହରଡ଼

ମନ୍ଦିର ଓ ମଠରେ ପ୍ରାୟତଃ ହରଡ଼ ଡ଼ାଲିର ବ୍ୟବହାର କରାଯାଇଥାଏ। ଏଥିରେ ବିଭିନ୍ନ ପରିବା ପକାଇ ଡ଼ାଲମା ପ୍ରସ୍ତୁତ କରାଯାଇଥାଏ।

ବୁଟ

ବୁଟ

ବୁଟ ଡ଼ାଲିରେ ମସଲା ଓ ଆଳୁ ପକାଇ ରାନ୍ଧିଲେ ଏହା ବେଶ୍‌ ସ୍ବାଦଯୁକ୍ତ ହୋଇଥାଏ। ଏହାକୁ ତଡ଼କାରେ ମଧ୍ୟ ପକାଯାଇଥାଏ। ଚକୁଳି ପିଠା ସହିତ ବୁଟ ଡ଼ାଲି ତରକାରି ଖାଇବାକୁ ଭଲ ଲାଗେ।

କୋଳଥ

କୋଳଥ

କୋଳଥ ଡ଼ାଲି ଓଡ଼ିଶାର ଗ୍ରାମାଞ୍ଚଳରେ ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ନିୟମିତ ଏହାକୁ ଖାଇଲେ ବୃକକ ପଥୁରୀ ରୋଗରୁ ମୁକ୍ତି ମିଳିଥାଏ ବୋଲି ଚିକିତ୍ସକ କହିଥାନ୍ତି।


Model This Week

କ୍ରିଷ୍ଣା
Why Dharitri