ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଖରା ଦିନିଆ ପନିପରିବା

ବାଇଗଣ
ଓଡ଼ିଶାରେ ଖରାଦିନେ ବାଇଗଣ ଫଳିଥାଏ। ବାଇଗଣ ପୋଡ଼ି କିମ୍ବା ରାନ୍ଧି ତରକାରି କରି ଖାଇବାକୁ ଭଲ ଲାଗିଥାଏ। ଖରାଦିନେ ପଖାଳ ଭାତ ସହିତ ବାଇଗଣ ପୋଡ଼ା ଓ ପିଆଜ ବେଶ୍ ସ୍ବାଦଯୁକ୍ତ ହୋଇଥାଏ। ବାଇଗଣର ଅନେକ ଔଷଧୀୟ ଗୁଣ ରହିଛି।

ପୋଟଳ
ପୋଟଳ ଏକ ଖରାଦିନଆ ପରିବା। ପୋଟଳକୁ ଭାଜି କିମ୍ବା ତରକାରି କରି ଖାଇବାକୁ ଅନେକ ପସନ୍ଦ କରିଥାନ୍ତି। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଅନେକ ପ୍ରକାର ଖଣିଜ ଦ୍ରବଣ ରହିଛି।

କଲରା
କଲରା ଗୋଟିଏ ଖରା ଦିନିଆ ପରିବା। ଏହାକୁ ପୋଡ଼ି, ଭାଜି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ମହୋଷଧୀ ସଦୃଶ କାମ କରିଥାଏ।

କାକୁଡ଼ି
ଖରାଦିନେ କାକୁଡ଼ି ଖାଇବାକୁ ଭଲ ଲାଗେ । ପଖାଳ ଭାତ ସହିତ କାକୁଡ଼ି ଓ ଲଙ୍କା ପିଆଜ ଖାଇବାକୁ ଭଲ ଲାଗେ। ଏଥିରେ ଥିବା ଜଳୀୟ ଅଂଶ ଶରୀରରେ ଜଳୀୟ ଅଂଶ ଭରଣା କରିବାକୁ ସକ୍ଷମ ହୋଇଥାଏ।

ଭେଣ୍ଡି
ଭେଣ୍ଡି ଗୋଟିଏ ଖରାଦିନିଆ ପରିବା। ଏହାକୁ ପୋଡ଼ି, ସିଝାଇ, ଭାଜି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗେ। ଭେଣ୍ଡି ତତା ସହିତ ପଖାଳ ଭାତ ଖାଇବାକୁ ଅନେକ ପସନ୍ଦ କରନ୍ତି।