ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପାମ୍ପଡ଼

ରାଶି ପାମ୍ପଡ଼

ରାଶି ପାମ୍ପଡ଼

ବିରି କିମ୍ବା ମୁଗରେ ରାଶି ମିଶାଇ ରାଶି ପାମ୍ପଡ଼ ପ୍ରସ୍ତତ କରାଯାଇଥାଏ। ବିରି କିମ୍ବା ମୁଗ ଅଟାରେ ଗୋଳା ତିଆରି କରି ଏହାକୁ ରୁଟି ଭଳି କରିବା ପରେ ଏଥିରେ ରାଶି ପକାଯାଇଥାଏ। ଏହାକୁ ଛାଣି କିମ୍ବା ନିଆଁରେ ସେକି ଖାଇବାକୁ ଭଲ ଲାଗେ।

ସାଗୁ ପାମ୍ଫଡ଼

ସାଗୁ ପାମ୍ଫଡ଼

ସାଗୁକୁ ରାନ୍ଧି ଏଥିରେ ଆବଶ୍ୟକତା ଅନୁସାରେ ଲୁଣ ଓ ମସଲା ମିଶାଇ ପାମ୍ପଡ଼ ପ୍ରସ୍ତୁତ କରାଯାଇଥାଏ। ଏହାକୁ ତେଲରେ ଛାଣି ଖାଇବାକୁ ଭଲ ଲାଗେ।

ଚୂଡ଼ା ପାମ୍ଫଡ଼

ଚୂଡ଼ା ପାମ୍ଫଡ଼

ଚୂଡ଼ା ଅଟାରେ ଗୋଳା ତିଆରି କରି ଏଥିରେ ଲୁଣ ଓ ବିଭିନ୍ନ ମସଲା ପକାଇ ଏହାର ଗୋଳା ପ୍ରସ୍ତୁତ କରି ରୁଟି ଭଳି କରି ପାମ୍ପଡ଼ ପ୍ରସ୍ତୁତ କରାଯାଏ। ଏହାକୁ ଛାଣି ଖାଇବାକୁ ଭଲଲାଗେ।

ଲିଆ ପାମ୍ଫଡ଼

ଲିଆ ପାମ୍ଫଡ଼

ଲିଆ ବା ଖଇକୁ ପାଣିରେ ବତୁରାଇ ଏହାକୁ ବହଳିଆ କରି ବିଭିନ୍ନ ମସଲା ଓ ଲୁଣ ପକାଇ ଲିଆ ପାମ୍ପଡ଼ ପ୍ରସ୍ତୁତ କରାଯାଇଥାଏ। ଏହା ଖାଇବାକୁ ଅନେକ ପସନ୍ଦ କରନ୍ତି।

ମସଲା ପାମ୍ପଡ଼

ମସଲା ପାମ୍ପଡ଼

ବିରି ଅଟାରେ ବିଭିନ୍ନ ମସଲା ପକାଇ ଗୋଳା ପ୍ରସ୍ତୁତ କରାଯାଇ ଏହାକୁ ରୁଟି ଭଳି କରାଯାଇଥାଏ। ଏହାକୁ ଖରାରେ ଶୁଖାଇ ପାମ୍ପଡ଼ ପ୍ରସ୍ତୁତ ହୋଇଥାଏ। ଏହା ଛାଣି କିମ୍ବା ସେକି ଖାଇବାକୁ ଭଲ ଲାଗେ।