ଶ୍ରେଷ୍ଠ ପାଞ୍ଚ: ହରିଣ ଉଦ୍ୟାନ

ପାପଡାହାଣ୍ଡି ମୃଗ ବିହାର

ପାପଡାହାଣ୍ଡି ମୃଗ ବିହାର

ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକରେ ରହିଛି ଏହି ମୃଗ ବିହାର। ୨୬ନଂ ଜାତୀୟ ରାଜପଥ ନିକଟସ୍ଥ ୪ ଏକର ପରିସୀମା ମଧ୍ୟରେ ୧୯୮୬ ମସିହାରେ ନିର୍ମାଣ ହୋଇଥିବା ଏହି ପାର୍କ ଏବେ ୨୫ ଏକରକୁ ପରିବର୍ର୍ଦ୍ଧିିତ ହେଲାଣି। ଏଠାରେ ବର୍ତ୍ତମାନ ରହୁଛନ୍ତି ପ୍ରାୟ ୨ଶହ ମୃଗ। ଏହାଛଡ଼ା ମୟୂର, କୁଟୁରା, ଚଉସିଙ୍ଗା, ଠେକୁଆ ସମେତ ପ୍ରାୟ ୧୦ ପ୍ରଜାତିର ତୃଣଭୋଜି ପ୍ରାଣୀ ଏଠାରେ ଅଛନ୍ତି।

ମ୍ୟୁନିସିପାଲିଟି ଡିୟର ପାର୍କ

ମ୍ୟୁନିସିପାଲିଟି ଡିୟର ପାର୍କ

କଟକ ସହରର ମଧୁସୂଦନ ନଗରଠାରେ ମହାନଦୀ ପାର୍ଶ୍ୱ ରିଙ୍ଗ ରୋଡ ନିକଟରେ ରହିଛି ମ୍ୟୁନିସିପାଲିଟି ଡିୟର ପାର୍କ। ଏଠାରେ ରହିଛନ୍ତି ୧୭୦ରୁ ଉର୍ଦ୍ଧ ହରିଣ। ପ୍ରାୟ ୫ ଏକର ପରିମିତ ଯାଗା ଉପରେ ୧୯୮୨ରେ ନିର୍ମାଣ କରାଯାଇଥିବା ଏହି ପାର୍କରେ ମୃଗମାନଙ୍କ ସକାଶେ ରହଣୀ ସୁବିଧା ଜନକ ହୋଇପାରୁନାହିଁ। ତେଣୁ କଟକ ମହାନଗର ନିଗମ ଦ୍ୱିତୀୟ ଡିଅର ପାର୍କର ପରିକଳ୍ପନା କରୁଥିବା ଜଣାଯାଇଛି। ଏଠାରେ ରହିଥିବା ମୃଗ ପ୍ରଜାତି ଭାରତର ସର୍ବତ୍ର ଏବଂ ଶ୍ରୀଲଙ୍କାରେ ଦେଖିବାକୁ ମିଳନ୍ତି।

ମୋତିଝରନ୍‌ ଡ଼ିୟରପାର୍କ

ମୋତିଝରନ୍‌ ଡ଼ିୟରପାର୍କ

ସମ୍ବଲପୁର ସହରର ମୋତିଝରନଠାରେ ୧୩.୧୬ ହେକ୍ଟର ପରିସୀମାରେ ରହିଛି ଏହି ଡ଼ିୟର ପାର୍କ। ପ୍ରଥମେ ଜଙ୍ଗଲ ବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା ଆହତ ହରିଣ ଓ ଅନ୍ୟ ଜଙ୍ଗଲୀ ପଶୁଙ୍କ ସେବାଶୁଶ୍ରୁଶା ପାଇଁ ରଖିବା ନିମନ୍ତେ ୧୯୮୦ରେ ଏହି ଏନକ୍ଲୋଜରର ବ୍ୟବସ୍ଥା କରାଯାଇଥିଲା। ୧୯୮୬ରେ ଏହାକୁ ହୀରାକୁଦ ଓ୍ବାଇଲ୍ଡ ଲାଇଫ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଠାରେ ୧୨୦ ହରିଣ ସମେତ କୁଟରା, ଅଜଗର, ମୟୂର ଆଦି ୨୩ ପ୍ରକାର ପ୍ରଜାତିର ପଶୁପକ୍ଷୀ ଅଛନ୍ତି।

ତପ୍ତପାଣି ମୃଗ ବିହାର

ତପ୍ତପାଣି ମୃଗ ବିହାର

ଗଞ୍ଜାମ ଜିଲାର ସବୁଜିମା ଭରା ପର୍ଯ୍ୟଟନସ୍ଥଳ ତପ୍ତପାଣିଠାରେ ରହିଛି ଏହି ମୃଗ ବିହାର। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ୧୯୮୫ରେ ଏହି ପାର୍କ ନିର୍ମାଣ କରାଯାଇଥିଲା। ୧.୮୬ ହେକ୍ଟର ଏନ୍‌କ୍ଲୋଜର ମଧ୍ୟରେ ରହିଛନ୍ତି ୯୨ଟି ହରିଣ ଏବଂ ୪୨ଟି ସମ୍ବର ଅଛନ୍ତି। ଏଠାରେ ମଧ୍ୟ ଏକ ପାନ୍ଥ ନିବାସ ରହିଛି। ବ୍ରହ୍ମପୁରଠାରୁ ରାୟଗଡ଼ା ମୁଖ୍ୟ ରାସ୍ତାରେ ୫୬ କିଲୋମିଟର ଗଲେ ତପ୍ତପାଣି ମୃଗବିହାର ପଡ଼ିଥାଏ।

ରାଉଲକେଲା ଡ଼ିୟର ପାର୍କ

ରାଉଲକେଲା ଡ଼ିୟର ପାର୍କ

ସୁନ୍ଦରଗଡ଼ ଜିଲାର ରାଉଲକେଲା ସହର ସେକ୍ଟର-୮ ଅଞ୍ଚଳରେ ରହିଛି ଏହି ଡ଼ିୟର ପାର୍କ। ୧୯୮୯ରେ ତତ୍‌କାଳୀନ ଷ୍ଟିଲ ଅଥୋରିଟି ଅଫ ଇଣ୍ଡିଆ(ସେଲ୍‌)ର ଅଧ୍ୟକ୍ଷ ଭି.କ୍ରିଷ୍ଣମୂର୍ତ୍ତି ଏହାକୁ ଉଦଘାଟନ କରିଥିଲେ। ପାର୍କଟି ମୋଟ ୨୨ ଏକର ଜମିରେ ରହିଥିବା ବେଳେ ଏହାର ଏନକ୍ଲୋଜର ୧୧ଏକର । ଏବେ ଏଠାରେ ହରିଣ ସଂଖ୍ୟା ୧୧୮। ସକାଳ ୮ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ପାର୍କ ଖୋଲା ରହିଥାଏ।

Model This Week

Model This Week