ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଆଚାର

ଆମ୍ବ

ଆମ୍ବ

ଓଡ଼ିଶାରେ ଖରାଦିନେ ଅନେକ ଆମ୍ବ ଆଚାର ପ୍ରସ୍ତୁତ କରିଥାନ୍ତି। ଆମ୍ବକୁ କିଛି ସମୟ ଶୁଖାଇ କିମ୍ବା କଞ୍ଚା ଆମ୍ବରେ ଆଚାର ପ୍ରସ୍ତୁତ କରାଯାଇଥାଏ। ଏଥିରେ ବିଭିନ୍ନ ମସଲା ଓ ତେଲ ପକାଯାଇ ଖରାରେ ଶୁଖାଯାଇଥାଏା।

ଲେମ୍ବୁ

ଲେମ୍ବୁ

ଲେମ୍ବୁକୁ କାଟି ଦୁଇଫାଳ କିମ୍ବା ଚାରିଫାଳ କରି ଆଚାର ପ୍ରସ୍ତୁତ କରାଯାଇଥାଏ। ଏଥିରେ ଲୁଣ, ବିଭିନ୍ନ ମସଲା, ତେଲ ଆଦି ପ୍ରକାଇ ଖରାରେ ରଖାଯାଇଥାଏ। ଏହା ଖାଇବାକୁ ବେଶ୍‌ ଭଲ ଲାଗେ।

ଲଙ୍କା

ଲଙ୍କା

ଗୋଟା ଲଙ୍କାରେ କିଛି ଖଟାପାଣି, ଲୁଣ ମସଲା ତଥା ତେଲ ପକାଇ ଆଚାର ପ୍ରସ୍ତୁତ କରାଯାଇଥାଏ। ଏହାକୁ ପକୁଡ଼ି ସହିତ ଖାଇବାକୁ ଭଲ ଲାଗେ।

ଖଜୁରୀ

ଖଜୁରୀ

ଖଜୁରୀ କୋଳିରେ କିଛି ଖଟାପାଣି ଦେଇ ଏଥିରେ ତେଲ, ଲୁଣ,ଲଙ୍କା, ବିଭିନ୍ନ ମସଲା ପକାଇ ଆଚାର ପ୍ରସ୍ତୁତ କରାଯାଇଥାଏ। ଏହା ବେଶ୍‌ ସ୍ବାଦଯୁକ୍ତ।

ଛୁଇଁ

ଛୁଇଁ

ସଜନା ଛୁଇଁକୁ ଖଣ୍ଡ ଖଣ୍ଡ କରି କାଟି ଲୁଣ ହଳିଦୀ ମିଶାଇ ଏହାକୁ ଶୁଖାଇ ପରେ ଏଥିରେ ଆବଶ୍ୟକତା ଅନୁସାରେ ତେନ୍ତୁଳି ପାଣି, ତେଲ, ମସଲା ଆଦି ଦେଇ ଆଚାର ପ୍ରସ୍ତୁତ କରାଯାଇଥାଏ। ଏହାକୁ ଭାତ ସହିତ ଖାଇବାକୁ ଭଲ ଲାଗେ।