ଶ୍ରେଷ୍ଠ ପାଞ୍ଚ: ପୂଜାରେ ବ୍ୟବହୃତ ପତ୍ର

ବେଲପତ୍ର

ବେଲପତ୍ର

ମହାଦେବଙ୍କ ପୂଜାରେ ବେଲପତ୍ରର ବ୍ୟବହାର କରାଯାଇଥାଏ। ୧୦୮ ବେଲପତ୍ର ଅର୍ପଣ କଲେ ଭୋଳାନାଥ ସମସ୍ତ କାମନା ପୂରଣ କରିଥାନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବେଲପତ୍ର ମହାଦେବଙ୍କର ଅତି ପ୍ରିୟ ବୋଲି କୁହାଯାଇଥାଏ। ଘରେ ଏହି ଗଛ ରୋପଣ କଲେ ବାସ୍ତୁ ଦୋଷ ଶାନ୍ତ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ବରପତ୍ର

ବରପତ୍ର

ପୂଜାରେ ବରପତ୍ରର ଉପଯୋଗ ହୋଇଥାଏ। ମୁଖ୍ୟତଃ ଗ୍ରହଶାନ୍ତି ବିଧାନ କାର୍ଯ୍ୟରେ ଏହାର ଉପଯୋଗ ହୋଇଥାଏ। ବିଭିନ୍ନ ଯନ୍ତ୍ର ଜୀବନ୍ୟାସ ସମୟରେ ମଧ୍ୟ ବରପତ୍ରର ବ୍ୟବହାର କରାଯାଇଥାଏ।

କଦଳୀ ପତ୍ର

କଦଳୀ ପତ୍ର

ଠାକୁର ପୂଜାରେ ଓଡ଼ିଶାରେ ଶ୍ରଦ୍ଧାଳୁମାନେ କଦଳୀ ପତ୍ରର ବ୍ୟବହାର କରିଥାନ୍ତି। ଠାକୁରଙ୍କୁ ଭୋଗ ଲାଗି ପାଇଁ କଦଳୀ ପତ୍ରରେ ଠା’ ବଢ଼ା ଯାଇଥାଏ।

ଦୁବ

ଦୁବ

ପୂଜାରେ ଦୁବଘାସର ବ୍ୟବହାର କରାଯାଇଥାଏ। ମାତା ଲକ୍ଷ୍ମୀ ଓ ଦୁର୍ଗାଙ୍କୁ ସାତକେରା ଦୁବ ପ୍ରଦାନ କଲେ ସେ ପ୍ରୀତ ହୋଇଥାନ୍ତି। ପ୍ରତିଦିନ ପ୍ରଭୁ ଶ୍ରୀଗଣେଶଙ୍କୁ ଦୁବ ଅର୍ପଣ କଲେ ଘରେ ଶାନ୍ତି ବିରାଜମାନ କରିବା ସହିତ ଧନଧାନ୍ୟର ଅଭାବ ରୁହେ ନାହିଁ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ବରକୋଳି ପତ୍ର

ବରକୋଳି ପତ୍ର

ମାତା ଲକ୍ଷ୍ମୀଙ୍କ ପୂଜାରେ ବରକୋଳି ପତ୍ରର ବ୍ୟବହାର କରାଯାଇଥାଏ। ଗଣେଶ ପୂଜା ଓ ସରସ୍ବତୀ ପୂଜାରେ ମଧ୍ୟ ବରକୋଳି ପତ୍ର ବ୍ୟବହୃତ ହୁଏ। ଦୁବ ସହିତ ବରକୋଳି ପତ୍ର ଅର୍ପଣ କଲେ ଠାକୁର ପ୍ରୀତ ହୋଇଥାନ୍ତି।