ଶ୍ରେଷ୍ଠ ପାଞ୍ଚ: ମହାଦେବଙ୍କୁ ଲାଗି ହେଉଥିବା ଫଳ

ବେଲ

ବେଲ

ବେଲ ମହାଦେବଙ୍କର ଅତିପ୍ରିୟ। ମହାଦେବଙ୍କୁ ବେଲ ଅର୍ପଣ କଲେ ସେ ସନ୍ତୁଷ୍ଟ ହୋଇଥାନ୍ତି। ପ୍ରତି ସୋମବାର ଏବଂ ଶନିବାର ମହାଦେବଙ୍କୁ ବେଲ ପଣା ଲାଗିକଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ନଡ଼ିଆ

ନଡ଼ିଆ

ମହାଦେବଙ୍କୁ ନଡ଼ିଆ ଅର୍ପଣ କରାଯାଇଥାଏ। ନଡ଼ିଆ ପଚା ପଡ଼ିଲେ ମାନସିକ ପୂରଣ ହୋଇଛି ବୋଲି ଅନେକ ବିବେଚନା କରିଥାନ୍ତି। ସୋମବାର ନଡ଼ିଆ ଜଳରେ ମହାଦେବଙ୍କ ଅଭିଷେକ କଲେ ସମସ୍ତ ଆଶା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ଦୁଦୁରା

ଦୁଦୁରା

ଦୁଦୁରା ଫଳ ବିଷାକ୍ତ। କିନ୍ତୁ ନୀଳକଣ୍ଠଙ୍କର ଏହା ଅତିପ୍ରିୟ। ପ୍ରତି ଶନିବାର ମହାଦେବଙ୍କୁ ଦୁଦୁରା ଫଳ ଅର୍ପଣ କଲେ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇଥାଏ।

କଦଳୀ

କଦଳୀ

ମହାଦେବଙ୍କୁ କଦଳୀ ଅର୍ପଣ କଲେ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଏ। କଦଳୀରେ ମହାଦେବଙ୍କ ଅଭିଷେକ କଲେ ସମସ୍ତ ଆଶା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

କନିଅର

କନିଅର

କନିଅର ଫଳ ବିଷାକ୍ତ। ତେବେ ଏହା ମହାଦେବଙ୍କର ଅତିପ୍ରିୟ। ଏହାକୁ ଶନିବାର ଏବଂ ସୋମବାର ମହାଦେବଙ୍କୁ ଲାଗି କଲେ ଜୀବନର ବିଭିନ୍ନ ବାଧା ବିଘ୍ନ ଦୂରେଇ ଯାଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।