ଶ୍ରେଷ୍ଠ ପାଞ୍ଚ: ରାତିରେ ଫୁଟୁଥିବା ଫୁଲ

ମଲ୍ଲୀ

ମଲ୍ଲୀ

ମଲ୍ଲୀ ଫୁର ରଙ୍ଗ ଧଳା ଏହା ରାତିରେ ଫୁଟିଥାଏ। ଏହାର ସୁଗନ୍ଧରେ ଚଉଦିଗ ମହକିଥାଏ। ମାତା ଲକ୍ଷ୍ମୀଙ୍କୁ ମଲ୍ଲୀ ଫୁଲ ଅର୍ପଣ କଲେ ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ।

ଗଙ୍ଗଶିଉଳି

ଗଙ୍ଗଶିଉଳି

ଗଙ୍ଗଶିଉଳି ଫୁଲ ରାତିରେ ଫୁଟିଥାଏ। ସୂର୍ଯ୍ୟ କିରଣ ପଡିଲେ ଏହା ତଳେ ଝଡିପଡେ। କେହି କେହି ଏହାକୁ ଶେଫାଳୀ ମଧ୍ୟ କହିଥାନ୍ତି। ଏହାର ଅନେକ ଔଷଧୀୟ ଗୁଣ ରହିଛି। ମହାଦେବଙ୍କୁ ଏହି ଫୁଲ ଲାଗି ହୋଇଥାଏ।

ଜୁଇ

ଜୁଇ

ଜୁଇ ଫୁଲ ରାତିରେ ଫୁଟିଥାଏ। ଏହାର ସୁବାସରେ ଚାରି ଆଡ ମହକି ଯାଏ। ମହାଲକ୍ଷ୍ମୀଙ୍କୁ ଏହି ଫୁଲ ଅର୍ପଣ କଲେ ମାତା ସନ୍ତୁଷ୍ଟ ହୋଇଥାନ୍ତି।

ହେନା

ହେନା

ହେନା ଫୁଲ ରାତିରେ ଫୁଟେ। ଏହାର ବାସ ଅତି ମଧୁର। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ବାଟି ସେବନ କଲେ ଅନେକ ସୁଫଳ ମିଳିଥାଏ।

ମଧୁମାଳତୀ

ମଧୁମାଳତୀ

ମଧୁମାଳତୀ ରାତିରେ ଫୁଟି ଚାରିଆଡ ବାସ୍ନାରେ ମହକାଇ ଦିଏ। ଏହା ପେନ୍ଥା ପେନ୍ଥା ହୋଇ ଫୁଟିଥାଏ। ଗୋଟିଏ ପେନ୍ଥାରେ ଲାଲ,ଧଳା ଓ ଅନ୍ୟ ରଙ୍ଗର ଫୁଲ ରହିଥାଏ। ମହାଦେବଙ୍କୁ ଏହି ଫୁଲ ଅର୍ପଣ କଲେ ସମସ୍ତ ଆଶା ପୂରଣ ହୋଇଥାଏ।