ଶ୍ରେଷ୍ଠ ପାଞ୍ଚ: ମହାଦେବଙ୍କୁ ଲାଗି ହେଉଥିବା ଫୁଲ

ଅରଖ

ଅରଖ

ମହାଦେବଙ୍କୁ ଅରଖ ଫୁଲ ଅର୍ପଣ କଲେ ସମସ୍ତ କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଧଳା ଅରଖ ମହାଦେବଙ୍କର ଅତି ପ୍ରିୟ ବୋଲି କୁହାଯାଇଥାଏ। ଘରେ ଏହି ଗଛ ରୋପଣ କଲେ ବାସ୍ତୁ ଦୋଷ ଶାନ୍ତ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ଦୁଦୁରା

ଦୁଦୁରା

ଦୁଦୁରା ଫୁଲ ମହାଦେବଙ୍କର ଅତି ପ୍ରିୟ। ଦୁଦୁରା ଫୁଲ ଦୁଇ ପ୍ରକାର ଥାଏ। ଧଳା ଏବଂ କଳା। କଳା ଦୁଦୁରା ମହାଦେବଙ୍କୁ ଲାଗି କଲେ ସମସ୍ତ ବାଧା ବିଘ୍ନ ଦୂରେଇ ଯାଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ହୋଇଛି।

ମାଳତୀ

ମାଳତୀ

ମାଳତୀ ଫୁଲରେ ମହାଦେବଙ୍କ ଅଭିଷେକ କଲେ ମନୋବାଞ୍ଛିତ ଫଳ ମିଳିଥାଏ। ସୋମବାର ଏହା ମହାଦେବଙ୍କୁ ଲାଗି କଲେ ଅଶେଷ ପୂଣ୍ୟ ଲାଭ ହୋଇଥାଏ।

କନିଅର

କନିଅର

କନିଅର ଫୁଲ ମହାଦେବଙ୍କୁ ଲାଗି ହୋଇଥାଏ। କନିଅର ଫୁଲ ବିଭିନ୍ନ ରଙ୍ଗର ହୋଇଥାଏ। ସେଥିମଧ୍ୟରୁ ହଳଦିଆ କନିଅର ଫୁଲ ମହାଦେବଙ୍କୁ ଅର୍ପଣ କଲେ ବୃହସ୍ପତି ମହାଗ୍ରହ ଶାନ୍ତ ହୋଇଥାନ୍ତି।

ଅପରାଜିତା

ଅପରାଜିତା

ଅପରାଜିତା ଫୁଲ ମହାଦେବଙ୍କର ଅତି ପ୍ରିୟ। ଶନି ମହାଗ୍ରହଙ୍କ କୋପ ଶାନ୍ତ କରିବା ପାଇଁ ମହାଦେବଙ୍କୁ ନୀଳ ଅପରାଜିତା ଫୁଲ ଲାଗି କରାଯାଇଥାଏ।