ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଖରାଦିନିଆ ଫଳ

ଆମ୍ବ

ଆମ୍ବ

ଖରାଦିନେ ଆମ୍ବ ପାଚିଥାଏ। ବଉଳ ଅମାବାସ୍ୟାରେ ବଉଳ ହେବାପରେ ଦୋଳ ଉତ୍ସବ ସମୟରେ ଆମ୍ବ କସି ହୋଇଥାଏ। ଏହାକୁ ଠାକୁରଙ୍କୁ ଅର୍ପଣ କରାଯାଇଥାଏ। ଆମ୍ବ ଭାରତର ଜାତୀୟ ଫଳ।

ବେଲ

ବେଲ

ଖରାଦିନେ ପଣାସଂକାନ୍ତି ପୂର୍ବରୁ ବେଲ ପାଚିବା ଆରମ୍ଭ କରିଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ବିଭିନ୍ନ ପେଟ ସମସ୍ୟା ପାଇଁ ବେଲପଣାର ବ୍ୟବହାର କରାଯାଇଥାଏ।

ପଣସ

ପଣସ

ଖରାଦିନେ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ପଣସ ପାଚିବା ଆରମ୍ଭ କରିଥାଏ। କଞ୍ଚା ପଣସକୁ ତରକାରି କରାଯାଇଥାଏ। ଡାଲମାରେ ପଣସ ପକାଇ ରନ୍ଧା ଯାଇଥାଏ।

ଲଙ୍କା ଆମ୍ବ

ଲଙ୍କା ଆମ୍ବ

ଲଙ୍କା ଆମ୍ବ ଖରାଦିନେ ହୋଇଥାଏ। ଏହାର ତଳେ ଥିବା ଅଂଶରୁ କାଜୁ ବାଦାମ ବାହାରିଥାଏ। ଲଙ୍କା ଆମ୍ବରେ ଲୁଣ ଓ ଲଙ୍କା ପକାଇ ଅନେକ ଖାଇଥାନ୍ତି।

ଖଜୁରୀ

ଖଜୁରୀ

ଖଜୁରୀ ଖରାଦିନେ ପାଚିଥାଏ। ଏହାକୁ ସାବିତ୍ରୀ ବ୍ରତରେ ଠାକୁରଙ୍କୁ ଅର୍ପଣ କରାଯାଇଥାଏ। ଏହାକୁ ନିୟମିତ ଖାଇଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।


Model This Week

କ୍ରିଷ୍ଣା
Why Dharitri