ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର କଂସା ବାସନ

ଥାଳି

ଥାଳି

କଂସାରେ ତିଆରି ଥାଳି ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। ଏହା ବ୍ୟବହାର କରିବା ଆଭିଜାତ୍ୟର ପ୍ରତୀକ ବୋଲି ଅନେକ କହିଥାନ୍ତି। ତେବେ ଏହାର ଓଜନ ଅଧିକ ଥିବାରୁ ଏବେ ଏହାକୁ ଅନେକ ବ୍ୟବହାର କରୁ ନାହାଁନ୍ତି। କଂସାଥାଳିରେ ଖାଦ୍ୟ ଖାଇଲେ ଶରୀରର ଅନେକ ରୋଗ ଦୂର ହୋଇଥାଏ। ବିଭିନ୍ନ ପୂଜାରେ ଠାକୁରଙ୍କୁ ଭୋଗଲାଗି ପାଇଁ କଂସା ଥାଳିର ଉପଯୋଗ କରାଯାଇଥାଏ।

ତାଟିଆ

ତାଟିଆ

କଂସା ତାଟିଆରେ ତରକାରି ଖାଇବା ସହିତ ଅନ୍ୟ ଦ୍ରବ୍ୟ ପରସା ଯାଇଥାଏ। ଏହା ଦେଖିବାକୁ ଅତି ସୁନ୍ଦର ତଥା ଆକର୍ଷଣୀୟ।

ଗ୍ଲାସ୍‌

ଗ୍ଲାସ୍‌

କଂସା ଗ୍ଲାସରେ ମୁଖ୍ୟତଃ ପାଣି, ସର୍ବତ, କ୍ଷୀର ଆଦି ପାନ କରାଯାଇଥାଏ। ଏହି ଗ୍ଲାସଗୁଡ଼ିକ ଦେଖିବାକୁ ଅତି ସୁନ୍ଦର ତଥା ଆକର୍ଷଣୀୟ। ଏଥିରେ ବିଭିନ୍ନ ଖୋଦେଇ କାମ ହୋଇଥାଏ।

ଢ଼ାଳ

ଢ଼ାଳ

କଂସା ଢ଼ାଳ ପାଣି ନେବା ଆଣିବାରେ ଉପଯୋଗ ହୋଇଥାଏ। ଅନେକ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କଂସା ଢ଼ାଳର ବ୍ୟବହାର କରିଥାନ୍ତି।

ଗରା

ଗରା

କଂସା ଗରାରେ ପାଣି ନେବା ଆଣିବା ହୋଇଥାଏ। ଏହା ଢ଼ାଳଠାରୁ ବେଶ୍‌ ବଡ଼। ଏଥିରେ ଅନେକ ଖୋଦେଇ କାମ ହୋଇଥାଏ।