ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର କୃଷି ସରଞ୍ଜାମ

କୋଡ଼ି

କୋଡ଼ି

ଚାଷ ଜମିରେ ମାଟି ଖୋଳା ଓ ମାଟି ପକାଇବା କାମରେ କୋଡି ବ୍ୟବହାର କରାଯାଇଥାଏ। ଏହାଦ୍ୱାରା କମ୍‌ ପରିଶ୍ରମରେ ମାଟି ଉଠାଇବା କାମ ହୋଇଥାଏ।

ଦା’

ଦା’

ଓଡ଼ିଶାରେ ବିଭିନ୍ନ କୃଷି କାର୍ଯ୍ୟରେ ଦା’ର ବହୁଳ ବ୍ୟବହାର ହୋଇଥାଏ। ଧାନ ଗଛ କାଟିବା, ମୁଗବିରି ଗଛ କାଟିବା ସହିତ ଏହାର ବହୁବିଧ ବ୍ୟବହାର ରହିଛି। ଏଥିରେ କଟା କଟା ହୋଇ ଥିବା କରତ ଭଳି ଧାର ରହିଥାଏ। ଯାହାଦ୍ୱାରା କାଟିବା କାମ ସହଜରେ ହୋଇ ପାରିଥାଏ।

ଫାଉଡ଼ା

ଫାଉଡ଼ା

ମାଟି ଖୋଳିବା କାମରେ ଫାଉଡାର ଉପଯୋଗ ହୋଇଥାଏ। ଏହାଦ୍ୱାରା କୋମଳ ମାଟିସ୍ତର ସହଜରେ ଖୋଳି ହୋଇଥାଏ। ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ।

ଶାବଳ

ଶାବଳ

ଶାବଳ ଦ୍ୱାରା ମାଟି ଖୋଳା କାମ ସହଜରେ ହୋଇଥାଏ। ଏହାର ଲମ୍ବ ୫୦ରୁ ୮୦ ସେମି ମଧ୍ୟରେ ହୋଇଥିବାବେଳେ ମୋଟେଇ ୧ରୁ ୨.୫ ସେମି ହୋଇଥାଏ।

ଗଇଁନ୍ତି

ଗଇଁନ୍ତି

ଗଇଁନ୍ତି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହାର ଦୁଇପଟେ ମୁନ ରହିଥାଏ। ଗୋଟିଏ ପଟ ତୀକ୍ଷ୍‌ଣ ହୋଇଥିବାବେଳେ ଅନ୍ୟ ପଟ ଚଉଡା ରହିଥାଏ। ଓଡ଼ିଶାର ଚାଷୀ ଏହାକୁ ବିଭିନ୍ନ ଚାଷକାମରେ ବ୍ୟବହାର କରିଥାନ୍ତି।