ଶ୍ରେଷ୍ଠ ପାଞ୍ଚ: ଓଡ଼ିଆ ପାଇକଙ୍କ ଅସ୍ତ୍ରଶସ୍ତ୍ର

ଖଣ୍ଡା

ଖଣ୍ଡା

ଓଡ଼ିଆ ବୀର ପାଇକମାନେ ଯୁଦ୍ଧ ସମୟରେ ଖଣ୍ଡା ବ୍ୟବହାର କରୁଥିଲେ। ଏହାକୁ ହାତରେ ଧରି ଘୋଡ଼ାରେ ବସି ସେମାନେ ଶତ୍ରୁ ସହିତ ଲଢ଼େଇ କରୁଥିଲେ। ଖଣ୍ଡାକୁ ଦଶହରାରେ ପାଇକମାନେ ପୂଜା କରୁଥିଲେ। ଓଡ଼ିଶାର ଅନେକ ସ୍ଥାନରେ ଆଜି ମଧ୍ୟ ଏହି ପରମ୍ପରା ଜାରି ରହିଛି।

ବର୍ଛା

ବର୍ଛା

ଯୁଦ୍ଧରେ ପାଇକମାନେ ବର୍ଛା ବା ଭାଲି ବ୍ୟବହାର କରୁଥିଲେ। ଏହାର ଶେଷ ଭାଗରେ ତୀର ଭଳି ଅଂଶ ରହିଥାଏ। ପାଇକମାନେ ଏଥିରେ ବିଷ ବୋଳି ଶତ୍ରୁ ସହିତ ଯୁଦ୍ଧ କରୁଥିବା ଇତିହାସରେ ବର୍ଣ୍ଣନା ରହିଛି।

ଧନୁତୀର

ଧନୁତୀର

ଦୂରରୁ ଶତ୍ରୁ ଉପରେ ଆକ୍ରମର ପାଇଁ ପାଇକମାନେ ଧନୁତୀରର ବ୍ୟବହାର କରୁଥିଲେ। ତୀରରେ ବିଷ ବୋଳାଯାଇ ଏହାକୁ କ୍ଷେପଣ କରାଯାଉଥିଲା। ଏହା ସହାୟତାରେ ଶିକାର ମଧ୍ୟ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ଜନଜାତି ଅଞ୍ଚଳରେ ଧନୁତୀରର ବ୍ୟବହାର ଏବେ ମଧ୍ୟ ଦେଖିବାକୁ ମିଳିଥାଏ।

ଢ଼ାଲ

ଢ଼ାଲ

ଯୁଦ୍ଧ ସମୟରେ ଶତ୍ରୁର ଆକ୍ରମଣରୁ ରକ୍ଷା ପାଇବା ଲାଗି ଢ଼ାଲର ବ୍ୟବହାର କରାଯାଇଥାଏ। ଗୋଟିଏ ହାତରେ ଖଣ୍ଡା ଏବଂ ଅନ୍ୟ ହାତରେ ଢ଼ାଲ ଧରି ଓଡ଼ିଆର ପାଇକମାନେ ଶତ୍ରୁ ସହିତ ଲଢ଼େଇ କରୁଥିଲେ।

ତେଣ୍ଟା

ତେଣ୍ଟା

ଯୁଦ୍ଧରେ ଓଡ଼ିଆ ପାଇକମାନେ ତେଣ୍ଟାର ବ୍ୟବହାର କରୁଥିଲେ। ଘୋଡ଼ାରେ ବସି ତେଣ୍ଟା ଧରି ଶତ୍ରୁଙ୍କ ଉପରେ ପାଇକମାନେ ଆକ୍ରମଣ କରୁଥିଲେ।