ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର କୃଷି ଉପକରଣ

ଲଙ୍ଗଳ

ଲଙ୍ଗଳ

ଲଙ୍ଗଳ ଜମି ଚାଷ ପାଇଁ ବ୍ୟବହାର କରାଯାଇଥାଏ। ଏହାକୁ ବଳଦ ଟାଣନ୍ତି। ଏବେ ଏହାର ବ୍ୟବହାର ଖୁବ୍‌ କମ୍‌ କରାଯାଉଛି। କଳ ଲଙ୍ଗଳ ସହାୟତାରେ କମ୍‌ ସମୟ ମଧ୍ୟରେ ଅଧିକ ଜମ ଚାଷ କରାଯାଇପାରୁଛି।

ଶଗଡ଼

ଶଗଡ଼

ଅମଳ ହୋଇଥିବା ଧାନ, ମୁଗ,ବିରି ଆଦି ଚାଷ ଜମିରୁ ଶଗଡ଼ ସହାୟତାରେ ଖଳାକୁ ଅଣାଯାଇଥାଏ। ଚାଷକାର୍ଯ୍ୟରେ ଶଗଡ଼ର ବହୁବିଧ ଉପଯୋଗ ହୋଇଥାଏ। ଏହାକୁ ବଳଦ ଟାଣିଥାନ୍ତି। ଏବେ ଏହାର ବ୍ୟବହାର କମ୍‌ କରାଯାଉଛି।

ଓଦର

ଓଦର

ଅମଳ ହୋଇଥିବା ବିଭିନ୍ନ ସାମଗ୍ରୀ ବୋହି ନେବାକୁ ଓଦରର ବ୍ୟବହାର କରାଯାଇଥାଏ। ଏହା ବାଉଁଶରେ ତିଆରି ହୋଇଥାଏ। ଏହାର ବାହାରପଟେ ଗୋବର ବୋଳା ଯାଇଥାଏ। ଏବେ ଏହାର ବ୍ୟବହାର ଖୁବ୍‌ କମି ରହିଛି।

ମଇ

ମଇ

ଜମି ଚାଷ ପରେ ଜମିରେ ମଇ ଦିଆଯାଇ ସମତଳ କରାଯାଇଥାଏ। ଏହାପରେ ଜମିରେ ଧାନ ବୁଣାଯାଇଥାଏ। ଏମେ ଚାଷ ଜମିରେ ମଇର ବ୍ୟବହାର ପ୍ରାୟତଃ ହେଉନାହିଁ। ଚାଷ ସହିତ ସମତଳ କାର୍ଯ୍ୟ ଟ୍ରାକ୍ଟର ଦ୍ୱାରା କରାଯାଉଛି।

ଜୁଆଳି

ଜୁଆଳି

ବଳଦଙ୍କ ବେକରେ ଜୁଆଳି ପକାଇ ଏହାକୁ ଲଙ୍ଗଳ ସହିତ ସଂଯୋଗ କରାଯାଇଥାଏ। ଏହାର ଉପଯୋଗ ଏବେ ଚାଷ ଜମିରେ ପ୍ରାୟତଃ କରାଯାଉ ନାହିଁ।