ଶ୍ରେଷ୍ଠ ପାଞ୍ଚ: ଶ୍ରୀମନ୍ଦିରର ପର୍ବପର୍ବାଣି

ରଥଯାତ୍ରା

ରଥଯାତ୍ରା

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଭୁଙ୍କ ୯ ଦିନିଆ ଯାତ୍ରାରେ ଶ୍ରୀକ୍ଷେତ୍ରରେ ଗହଳି ରହିଥାଏ। ମାଉସୀ ମା’ ମନ୍ଦିର ନିକଟରେ ଏହି ଅବସରରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ମେଳା ଲାଗିଥାଏ।

ଚନ୍ଦନ ଯାତ୍ରା

ଚନ୍ଦନ ଯାତ୍ରା

ବୈଶାଖ ମାସ କୃଷ୍ଣପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ। ଏହା ୨୧ ଦିନ ଧରି ପାଳିତ ହୋଇଥାଏ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୁଦେବୀ, ଶ୍ରୀଦେବୀ ଏବଂ ରାମକୃଷ୍ଣଙ୍କୁ ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀକୁ ନିଆଯାଇଥାଏ। ସେଠାରେ ମହାପ୍ରଭୁ ଚାପ ଖେଳିଥାନ୍ତି।

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଦିନ କୃଷକମାନେ ଅକ୍ଷି ମୁଠି ଅନୁକୂଳ କରିଥାନ୍ତି। ସେହିପରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଏହି ଦିନଠାରୁ ଆରମ୍ଭ ହୋଇଥାଏ। ଏହି ଅବସରରେ ଜିଲାର ପୁରପଲ୍ଲୀରେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ।

ଦୋଳ ଯାତ୍ରା

ଦୋଳ ଯାତ୍ରା

ଫାଲଗୁନ ମାସ ପୂର୍ଣ୍ଣିମାରେ ଦୋଳ ଯାତ୍ରା ପାଳିତ ହୋଇଥାଏ। ଶ୍ରୀମନ୍ଦିରରେ ଏହା ଆନନ୍ଦ ଉଲ୍ଳାସ ମଧ୍ୟରେ ପାଳିତ ହୋଇଥାଏ। ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ଓଡ଼ିଶାର ଅନ୍ୟ ଅଞ୍ଚଳରେ ଏହି ଅବସରରେ ବିମାନରେ ଠାକୁରଙ୍କୁ ବସାଇ ଭୋଗ ଖାଇବାକୁ ଅଣାଯାଇଥାଏ। ମେଳଣ ପଡ଼ିଆରେ ବିମାନଗୁଡ଼ିକ ଏକତ୍ରିତ ହୋଇଥାନ୍ତି। ମେଳଣ ପଡ଼ିଆରେ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହା ପାଞ୍ଚଦିନ ଧରି ପାଳନ ହେଉଥିବାରୁ ଏହାକୁ ପଞ୍ଚୁଦୋଳ ମଧ୍ୟ କୁହାଯାଇଥାଏ।

ଝୁଲଣ ଯାତ୍ରା

ଝୁଲଣ ଯାତ୍ରା

ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଥାଏ। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ଏହା ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଶ୍ରୀମନ୍ଦିରରେ ଏହି ଅବସରରେ ଓଡ଼ିଆ ଭାଗବତ ଓ ହରିପୁରାଣ ପାଠ କରାଯାଇଥାଏ।