ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ସାପ

ନାଗ

ନାଗ

ନାଗ ସାପ ବହୁଳଭାବେ ଓଡ଼ିଶାରେ ଦେଖାଯାଆନ୍ତି। ପୁରୁଣା ଭଙ୍ଗା ଘର, ନିଛାଟିଆ ସ୍ଥାନ ତଥା ପଥର ଗଦା ଆଦି ଅଞ୍ଚଳରେ ନାଗସାପ ବାସ କରିଥାନ୍ତି। ନାଗସାପ ଫଣାରେ କଠଉ ଚିହ୍ନ ରହିଥାଏ। ଏହା ଛୋଟ ଜୀବଜନ୍ତୁ, ପକ୍ଷୀ ଅଣ୍ଡା ଆଦି ଖାଇଥାଏ। ଏହାର ବିଷ ଅତି ଉତ୍କଟ। ଏହାର ବିଷରୁ ଅନେକ ପ୍ରକାର ଔଷଧ ପ୍ରସ୍ତୁତ ହୋଇଥାଏ।

ଅହିରାଜ

ଅହିରାଜ

ବୁଦୁବୁଦିଆ ଜଙ୍ଗଲ ଅଞ୍ଚଳରେ ଅହରାଜ ସାପ ବାସ କରନ୍ତି। ଅହିରାଜ ସାପ ଜୀବଜନ୍ତୁ, ଛୋଟ ପଶୁ ପକ୍ଷୀ ଆଦି ଖାଦ୍ୟ ଭାବେ ଗ୍ରହଣ କରିଥାଏ। ଏହାର ବିଷ ଅତି ଉତ୍କଟ।

ଧଣ୍ଡ

ଧଣ୍ଡ

ପାଣି ସନ୍ତସନ୍ତିଆ ସ୍ଥାନରେ ଧଣ୍ଡ ସାପ ବାସ କରିଥାଏ। ଏହା ଛୋଟ ଜୀବଜନ୍ତ୍‌ୁ, ବେଙ୍ଗ, ଏଣ୍ଡୁଅ ଆଦିକୁ ଶିକାର କରିଥାଏ। ଏହାର ବିଷ ନ ଥାଏ।

ତମ୍ପ

ତମ୍ପ

ପାଣି ତଥା ଚାଷ ଜମି ଆଦିରେ ତମ୍ପ ସାପ ବାସ କରନ୍ତି। ଏହା ଛୋଟ ଜୀବଜନ୍ତୁ, ବେଙ୍ଗ ଆଦିକୁ ଖାଦ୍ୟଭାବେ ଗ୍ରହଣ କରିଥାଏ।

ରଣା

ରଣା

ପୁରୁଣା ମାଟି ଘର ଅବା ପରିତ୍ୟକ୍ତ ଘରେ ରଣା ସାପ ବାସ କରିଥାଏ। ଏହା ମୂଷା, ବେଙ୍ଗ, ଛୋଟ ଜୀବଙ୍କୁ ଖାଦ୍ୟଭାବେ ଗ୍ରହଣ କରିଥାଏ। ଏହାର ଅଳ୍ପ ବିଷ ରହିଥାଏ।