ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଫୁଲ

କଇଁ

କଇଁ

କଇଁ ଫୁଲ ଓଡ଼ିଶାରେ ବହୁଳ ଭାବେ ଦେଖାଯାଇଥାଏ। ବିଭିନ୍ନ ପୋଖରୀ ତଥା ସ୍ଥିର ପାଣିରେ କଇଁ ଫୁଲ ଫୁଟିଥାଏ। ଦଶହରାରେ ମା’ ଦୁର୍ଗାଙ୍କୁ କଇଁ ମାଳ ଅର୍ପଣ କରାଯାଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।

ପଦ୍ମ

ପଦ୍ମ

ପଦ୍ମ ଫୁଲ ଭାରତର ଜାତୀୟ ଫୁଲ। ଏହା ପୋଖରୀ, ଗାଡ଼ିଆ ତଥା ଅନ୍ୟ ସ୍ଥିର ଜଳରେ ଫୁଟିଥାଏ। ଏହା ମାତା ଲକ୍ଷ୍ମୀ, ଦୁର୍ଗାଙ୍କ ସମେତ ଅନ୍ୟ ଦେବାଦେବୀଙ୍କର ପ୍ରିୟ ଫୁଲ। ଏହାକୁ ଅର୍ପଣ କଲେ ସୂର୍ଯ୍ୟ ମହାଗ୍ରହଙ୍କ କୋପ ଶାନ୍ତ ହୋଇଥାଏ।

ମଲ୍ଲୀ

ମଲ୍ଲୀ

ମଲ୍ଲୀ ରାତିରେ ଫୁଟୁଥିବା ଏକ ସୁଗନ୍ଧ ଫୁଲ। ଏହା ମା’ ମଙ୍ଗଳାଙ୍କର ଅତିପ୍ରିୟ। ମା’ ଲକ୍ଷ୍ମୀଙ୍କୁ ଏହି ଫୁଲ ଅର୍ପଣ କଲେ ସେ ସନ୍ତୁଷ୍ଟ ହୋଇଥାନ୍ତି।

ଅଶୋକ

ଅଶୋକ

ଅଶୋକ ଓଡ଼ିଶାର ଜାତୀୟ ଫୁଲ। ଏହା ପେନ୍ଥାପେନ୍ଥା ହୋଇ ପୁଟିଥାଏ। ଏହି ଫୁଲ ସମସ୍ତ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।

ଗେଣ୍ଡୁ

ଗେଣ୍ଡୁ

ମାତା ଲକ୍ଷ୍ମୀଙ୍କ ପୂଜାରେ ଗେଣ୍ଡୁଫୁଲ ବ୍ୟବହାର କରାଯାଇଥାଏ। ମାର୍ଗଶିର ମାସ ଗୁରୁବାରରେ ଓଡ଼ିଶାର ପ୍ରତି ଘରେ ମାତା ଲକ୍ଷ୍ମୀଙ୍କୁ ଏହି ଫୁଲ ଅର୍ପଣ କରାଯାଇଥାଏ।