ଶ୍ରେଷ୍ଠ ପାଞ୍ଚ: ଲିଙ୍ଗରାଜ ମନ୍ଦିରର ପର୍ବପର୍ବାଣି

ଅଶୋକାଷ୍ଟମୀ

ଅଶୋକାଷ୍ଟମୀ

ଅଶୋକାଷ୍ଟମୀ ରଥଯାତ୍ରା ଲିଙ୍ଗରାଜ ମନ୍ଦିରର ଏକ ପ୍ରସିଦ୍ଧ ଯାତ୍ରା। ଚୈତ୍ରମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥରେ ମହାପ୍ରଭୁଙ୍କୁ ଶ୍ରୀରାମେଶ୍ୱର ଦେଉଳକୁ ନିଆଯାଇଥାଏ।

ଜାଗର

ଜାଗର

ଫାଲଗୁନ ମାସ ଚତୁର୍ଦ୍ଦଶୀ ତିଥିରେ ଲିଙ୍ଗରାଜ ମନ୍ଦିରରେ ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ଜାଗର ପର୍ବ ପାଳିତ ହୋଇଥାଏ। ଶ୍ରଦ୍ଧାଳୁ ରାତିସାରା ଏଠାରେ ଦୀପ ଜଳାଇଥାନ୍ତି। ମହାଦୀପ ଉଠିବା ପରେ ହରିହର ଭେଟ ହୋଇଥାଏ। ଏହାକୁ ଦେଖିବାକୁ ପ୍ରବଳ ଗହଳି ହୋଇଥାଏ।

ଚନ୍ଦନ ଯାତ୍ରା

ଚନ୍ଦନ ଯାତ୍ରା

ଚନ୍ଦନଯାତ୍ରା ଅତି ଆନନ୍ଦ ଉଲ୍ଳାସ ମଧ୍ୟରେ ଲିଙ୍ଗରାଜ ମନ୍ଦିରରେ ପାଳିତ ହୋଇଥାଏ। ଏହି ଅବସରରେ ୨୨ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଚନ୍ଦନ ବୋଳି ହୋଇ ବିନ୍ଦୁସାଗରରେ ଚାପ ଖେଳନ୍ତି।

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

ଅତି ଶ୍ରଦ୍ଧାର ସହିତ ଲିଙ୍ଗରାଜ ମନ୍ଦିରରେ ପଣାସଂକ୍ରାନ୍ତି ପର୍ବ ପାଳିତ ହୋଇଥାଏ। ଏହି ଅବସରରେ ଠାକୁରଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀରେ ପ୍ରଭୁ ଶ୍ରୀଲିଙ୍ଗରାଜ ପୋଢୁଆଁ ହୋଇଥାନ୍ତି। ଏହି ଅବସରରେ ଠାକୁରଙ୍କୁ ସ୍ବତନ୍ତ୍ର ଭୋଗ ଲାଗି ହୋଇଥାଏ। ଠାକୁରଙ୍କ ଶ୍ରୀଅଙ୍ଗରେ ନୂତନ ବସ୍ତ୍ର ଲାଗି ହୋଇଥାଏ।