ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ନଦୀ

ବଂଶଧାରା

ବଂଶଧାରା

କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ସୀମାରେ ଥିବା ପାହାଡରୁ ଉତ୍ପନ୍ନ ହୋଇଥିବା ବଂଶଧାରା ନଦୀର ଲମ୍ବ ୨୩୦ କିଲୋମିଟର। ସେଥିମଧ୍ୟରୁ ୧୫୦ କିଲୋମିଟର ଓଡ଼ିଶାରେ ଥିବାବେଳେ ଅବଶିଷ୍ଟ ରହିଛି ଆନ୍ଧ୍ରପ୍ରଦେଶରେ। ଏହାର ଅବବାହିକା କ୍ଷେତ୍ରଫଳ ୧୧ ହଜାର ୫ଶହ ବର୍ଗ କିଲୋମିଟର ରହିଛି। ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣାମ୍‌ଠାରେ ବଙ୍ଗୋପସାଗରରେ ଯାଇ ମିଶିଛି।

ଋଷିକୁଲ୍ୟା

ଋଷିକୁଲ୍ୟା

କନ୍ଧମାଳ ଓ ଗଞ୍ଜାମ ଜିଲାରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀ ଋଷିମାଳ ପର୍ବତରୁ ବାହାରିଛି। ଗଞ୍ଜାମର ପୁରୁଣା ବନ୍ଧ ନିକଟରେ ଏହା ବଙ୍ଗୋପସାଗରରେ ମିଶିଛି। ବାଘୁଆ, ଧନେଇ ଓ ବଣ୍ଡାନଦୀ ଏହାର ପ୍ରମୁଖ ଉପନଦୀ। ଏହି ନଦୀର ଲମ୍ବ ୧୬୫ କିଲୋମିଟର ଥିବାବେଳେ ଅବବାହିକା କ୍ଷେତ୍ରଫଳ ୭ହଜାର ୭ଶହ ବର୍ଗ କିଲୋମିଟର। ଋଷିକୂଲ୍ୟା ମୁହାଣ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ପ୍ରସିଦ୍ଧି ହାସଲ କରିଛି।

ସାଳନ୍ଦୀ

ସାଳନ୍ଦୀ

ଶିମିଳିପାଳ ମେଘାସନୀ ପର୍ବତ ସାଳନ୍ଦୀ ନଦୀର ଉତ୍ପତ୍ତି ସ୍ଥଳ। ଏହାର ଲମ୍ବ ପ୍ରାୟ ୧୪୪ କିଲୋମିଟର ଥିବାବେଳେ ଏହାର ଅବବାହିକା କ୍ଷେତ୍ରଫଳ ୧୭୯୩ ବର୍ଗ କିଲୋମିଟର। ଏହି ନଦୀର ଜଳ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲାର ଚାଷଜମିରେ ସେଚନରେ ବ୍ୟବହୃତ ହୋଇଥାଏ।

ବୁଢ଼ାବଳଙ୍ଗ

ବୁଢ଼ାବଳଙ୍ଗ

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଉତ୍ପତ୍ତିସ୍ଥଳ ଶିମିଳିପାଳ। ଏହି ନଦୀର ଲମ୍ବ ପ୍ରାୟ ୧୭୫ କିଲୋମିଟର ଥିବାବେଳେ ଅବବାହିକାର କ୍ଷେତ୍ରଫଳ ୪,୮୪୦ ବର୍ଗ କିଲୋମିଟର । ଗଙ୍ଗାଧର,ସୋନ୍‌ ଓ କାଟ୍ରା ଏହାର ପ୍ରମୁଖ ଉପନଦୀ ଭାବେ ବେଶ୍‌ ପରିଚିତ।

ବୈତରଣୀ

ବୈତରଣୀ

ଗୋନାସିକାରୁ ଉତ୍ପନ୍ନ ବୈତରଣୀ ନଦୀ କେନ୍ଦୁଝର ସମେତ ଭଦ୍ରକ ଓ ଯାଜପୁର ଜିଲାରେ ପ୍ରବାହିତ। ସମୁଦ୍ର ପତ୍ତନଠାରୁ ୯ଶହ ମିଟର ଉଚ୍ଚରେ ପ୍ରବାହିତ ଏହି ନଦୀ ଆଖୁଆପଦାଠାରେ ଏକ ତ୍ରିକୋଣ ଭୂମି ସୃଷ୍ଟି କରିଛି। ଏହି ନଦୀର ଲମ୍ବ ପ୍ରାୟ ୩୬୦ କିଲୋମିଟର । ଏହାର ନଦୀ ଅବବାହିକା କ୍ଷେତ୍ରଫଳ ୧୨,୭୯୦ ବର୍ଗ କିଲୋମିଟର। ଧାମରା ମୁହାଣରେ ଏହା ବଙ୍ଗୋପସାଗର ସହିତ ମିଶିଛି। ଏହାର ବହୁ ଉପନଦୀ ମଧ୍ୟ ରହିଛି।

Model This Week

ରୂପେଶ