ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ସରୀସୃପ

କୁମ୍ଭୀର

କୁମ୍ଭୀର

ଓଡ଼ିଶାରେ ଭିତର କନିକାଠାରେ ରହିଛି କୁମ୍ଭୀର ଅଭୟାରଣ୍ୟ। ଏଠାରେ ବଉଳା, ଥଣ୍ଟିଆ ପ୍ରଭୃତି ବିଭିନ୍ନ ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳନ୍ତି।

କଇଁଛ

କଇଁଛ

କଇଁଛ ଓଡ଼ିଶାର ବହୁଳ ଭାବେ ଦେଖାଯାଇଥାନ୍ତି। ଗହିରମଥାଠାରେ କଇଁଛମାନେ ଅଣ୍ଡାଦେବାକୁ ପ୍ରତିବର୍ଷ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥାଏ।

ସାପ

ସାପ

ଓଡ଼ିଶାରେ ବିଭିନ୍ନ ପ୍ରଜାତିର ସାପ ଦେଖାଯାଆନ୍ତି। ନନ୍ଦନକାନନରେ ସରୀସୃପ ଉଦ୍ୟାନରେ ଅନେକ ପ୍ରକାର ସାପ ଅଛନ୍ତି।

ଗୋଧି

ଗୋଧି

ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଗୋଧି ଦେଖାଯାଇଥାନ୍ତି। ଏହା ଛୋଟ ଜୀବଜନ୍ତୁ ପୋକଜୋକ ଖାଇଥାନ୍ତି। ଏମାନେ ଧୀରେ ଧୀରେ ପେଟ ଓ ଛାତିରେ ଭରାଦେଇ ଚାଲନ୍ତି।

ଏଣ୍ଡୁଅ

ଏଣ୍ଡୁଅ

ଓଡ଼ିଶାରେ ବିଭିନ୍ନ ପ୍ରଜାତିର ଏଣ୍ଡୁଅ ଦେଖାଯାଆନ୍ତି। ଏହି ସରୀସୃପ ଛୋଟ କୀଟପତଙ୍ଗ ଖାଇ ଜୀବନ ଧାରଣ କରନ୍ତି। ନନ୍ଦନକାନନରେ ବିଭିନ୍ନ ପ୍ରଜାତିର ଏଣ୍ଡୁଅ ଦେଖିବାକୁ ମିଳିଥାନ୍ତି।