ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପାରମ୍ପରିକ ପୋଷାକ

ଧୋତି

ଧୋତି

ଓଡ଼ିଶାର ପୁରୁଷମାନଙ୍କ ପାରମ୍ପରିକ ପୋଷାକ ମଧ୍ୟରେ ଧୋତି ମୁଖ୍ୟସ୍ଥାନ ଗ୍ରହଣ କରିଥାଏ। କେହି କେହି ଧୋତିକୁ କଛାମାରି ପିନ୍ଧୁଥିବାବେଳେ ଅନେକ ଏହାକୁ ସାଧାରଣ ଭାବେ ପିନ୍ଧିଥାନ୍ତି।

ଲୁଙ୍ଗି

ଲୁଙ୍ଗି

ଓଡ଼ିଶାର ପୁରୁଷମାନେ ଲୁଙ୍ଗି ପିନ୍ଧିଥାନ୍ତି। ଏହାକୁ ଗାଁ ଗହଳିରେ ଅନେକ ପସନ୍ଦ କରିଥାନ୍ତି। ହାଲକା ଥିବାରୁ ଏହାକୁ ପିନ୍ଧି ସହଜରେ ସାଧାରଣ କାର୍ଯ୍ୟ କରିହୋଇଥାଏ।

ଗାମୁଛା

ଗାମୁଛା

ଓଡ଼ିଶାର ପୁରୀ, ଖୋର୍ଦ୍ଧା ଓ ସମ୍ବଲପୁରୀ ଗାମୁଛା ବେଶ୍‌ ଲୋକପ୍ରିୟ। ଏହାକୁ ପିନ୍ଧି ଅନେକ ଗାଧୋଇଥାନ୍ତି। ଏହାର ଲମ୍ବ ଏକରୁ ଦେଢ଼ ମିଟରର ହୋଇଥିବାବେଳେ ଚଉଡ଼ା ୩ରୁ ୪ ହାତ ହୋଇଥାଏ।

ଶାଢ଼ି

ଶାଢ଼ି

ଓଡ଼ିଶାର ମହିଳାଙ୍କ ମଧ୍ୟରେ ଶାଢ଼ି ବେଶ୍‌ ଲୋକପ୍ରିୟ। ମହିଳାମାନେ ସମ୍ବଲପୁରୀ, ମାଣିଆବନ୍ଧ, ପଶାପାଲି ଆଦି ପାରମ୍ପରିକ ଶାଢ଼ି ପିନ୍ଧିଥାନ୍ତି।

କୁର୍ତ୍ତା

କୁର୍ତ୍ତା

ଓଡ଼ିଶାର ପୁରୁଷମାନେ କୁର୍ତ୍ତା ପିନ୍ଧିଥାନ୍ତି। ଏହା ସହିତ ଧୋତି କିମ୍ବା ଲୁଙ୍ଗି ପିନ୍ଧା ଯାଇଥାଏ। କୁର୍ତ୍ତା ଓଡ଼ିଶାର ପାରମ୍ପରିକ ପୁରୁଷ ପୋଷାକ।