ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଫଳ

ଆମ୍ବ
ଓଡ଼ିଶାର ଚାରିଆଡ଼େ ଆମ୍ବ ଗଛ ଦେଖାଯାଇଥାଏ। ଖରାଦିନେ ଆମ୍ବଗଛରେ ଆମ୍ବ ପାଚିଥାଏ। ଏହା ଖାଇବାକୁ ବେଶ୍ ଭଲ ଲାଗିଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। କଞ୍ଚା ଆମ୍ବରୁ ବିଭିନ୍ନ ପ୍ରକାର ଆଚାର ପ୍ରସ୍ତୁତ ହୋଇଥାଏ। ସେହିପରି ପାଚିଲା ଆମ୍ବରୁ ଆମ୍ବସଢ଼ା ପ୍ରସ୍ତୁତ ହୋଇଥାଏ।

ପଣସ
ପଣସ ଏକ ଖରାଦିନିଆ ଫଳ। ଏହା ସାବିତ୍ରୀ ଅମାବାସ୍ୟା ପୂର୍ବରୁ ପାଚିଥାଏ। କଞ୍ଚା ପଣସକୁ ତରକାରି କରି ଖାଇବାକୁ ଭଲ ଲାଗେ। ପାଚିଲା ପଣସ ବେଶ୍ ସ୍ବାଦଯୁକ୍ତ। ପଣସ ମଞ୍ଜିକୁ ପୋଡ଼ି ଏବଂ ତରକାରି କରି ଖାଇବାକୁ ଭଲ ଲାଗିଥାଏ।

କେନ୍ଦୁ
କେନ୍ଦୁ ଓଡ଼ିଶାର ଜଙ୍ଗଲ ଅଞ୍ଚଳରେ ପ୍ରାୟତଃ ଦୃଷ୍ଟି ଗୋଚର ହୋଇଥାଏ। ପାଚିଲା କେନ୍ଦୁ ଖାଇବାକୁ ଭଲ ଲାଗିଥାଏ। ଗାଁ ପାଖ ବୁଦୁବୁଦିଆ ଜଙ୍ଗଲରେ କେନ୍ଦୁ ଗଛ ଦେଖାଯାଇଥାଏ। କେନ୍ଦୁପତ୍ର ବିଡ଼ି ତିଆରିରେ ବ୍ୟବହାର କରାଯାଇଥାଏ।

ଜାମୁକୋଳି
ଜାମୁକୋଳି ବର୍ଷାଋତୁ ଆରମ୍ଭରେ ପାଚିଥାଏ। ଏହା ଖାଇବାକୁ ବେଶ୍ ସ୍ବାଦଯୁକ୍ତ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହାର ମଞ୍ଜି ଦ୍ୱାରା ମଧୁମେହ ରୋଗ ଭଲ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି।

ସପୁରୀ
ସପୁରୀ ପଣସ ଖାଇବାକୁ ବେଶ୍ ସ୍ବାଦଯୁକ୍ତ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଏହାର ଆଚାର କରାଯାଇଥାଏ। ଅନେକ ଏହାର ଜୁସ୍ ବାହାର କରି ଖାଇବାକୁ ପସନ୍ଦ କରିଥାନ୍ତି।