ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ

ଦହିବରା ଆଳୁଦମ୍‌

ଦହିବରା ଆଳୁଦମ୍‌

ଓଡ଼ିଶାର କଟକ ଜିଲାର ଦହିବରା ଆଳୁଦମ୍‌ର ବିଶେଷ ଖ୍ୟାତି ରହିଛି। ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ସେଓ ବୁନ୍ଦିଆ, ବାରମଜା, ମିଠାବରା, ଘୁଘୁନି ଆଦି ବିକାଳିମାନେ ଦେଇଥାନ୍ତି। ବାଲି ଯାତ୍ରା ଓ ଦଶହରାରେ ଦହିବରା ଆଳୁଦମ୍‌ର ଚାହିଦା ବଢ଼ିଯାଇଥାଏ।

ଛେନାପୋଡ଼

ଛେନାପୋଡ଼

ଛେନାପୋଡ଼ ପାଇଁ ଓଡ଼ିଶାର ନୟାଗଡ଼ ଜିଲାର ବେଶ୍‌ ଖ୍ୟାତି ରହିଛି। ଛେନା ସହିତ ଚିନି, ସୁଜି, ଗୁଜରାତି, କାଜୁ, କିସ୍‌ମିସ୍‌ ଆଦି ପକାଇ ଏହା ପ୍ରସ୍ତୁତ କରାଯାଇଥାଏ। ଫଳରେ ଏହା ବେଶ୍‌ ସ୍ବାଦଯୁକ୍ତ ହୋଇଥାଏ। ନୟାଗଡ଼ର ବିଭିନ୍ନ ଅଞ୍ଚଳରେ ଅନେକ ପୁରୁଣା ଛେନାପୋଡ଼ ଦୋକାନ ରହିଛି।

ରସାବଳି

ରସାବଳି

ରସାବଳି ପାଇଁ ଓଡ଼ିଶାର କେନ୍ଦ୍ରାପଡ଼ା ବେଶ୍‌ ଖ୍ୟାତି ରହିଛି। ଏହାକୁ ଖାଇବାକୁ ବେଶ୍‌ ଭଲ ଲାଗିଥାଏ। କେନ୍ଦ୍ରାପଡ଼ାରୁ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନକୁ ରସାବଳୀ ରପ୍ତାନୀ ହୋଇଥାଏ।

ମୁଢ଼ି ମାଂସ

ମୁଢ଼ି ମାଂସ

ମୁଢ଼ି ମାଂସ ପାଇଁ ବାରିପଦାର ବିଶେଷ ଖ୍ୟାତି ରହିଛି। ଏହା ଖାଇବାକୁ ବେଶ୍‌ ସ୍ବାଦଯୁକ୍ତ। ଦଶହରା ତଥା ଅନ୍ୟାନ୍ୟ ପାରମ୍ପରିକ ଉତ୍ସବରେ ଏହାକୁ ଖାଇବା ପାଇଁ ଦୋକାନ ଆଗରେ ଗହଳି ହୋଇଥାଏ।

ଛେନା ଝିଲ୍ଲି

ଛେନା ଝିଲ୍ଲି

ଛେନା ଝିଲ୍ଲି ପାଇଁ ଓଡ଼ିଶାର ନିମାପଡ଼ାର ବିଶେଷ ଖ୍ୟାତି ରହିଛି। ଏହା ଅତ୍ୟନ୍ତ ସ୍ବାଦଯୁକ୍ତ। ବାହାଘର, ବ୍ରତ ଘର ତଥା ଅନ୍ୟ ଉତ୍ସବରେ ଅନେକ ବନ୍ଧୁବାନ୍ଧବଙ୍କୁ ଛେନାଝିଲ୍ଲି ଖାଇବାକୁ ଦେଇଥାନ୍ତି।