ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ମାଛ

ରୋହି

ରୋହି

ରୋହି ମାଛ ଓଡ଼ିଶାର ବିଭିନ୍ନ ପୋଖରୀ, ଗଡିଆ, ହ୍ରଦ ଆଦିରେ ମିଳିଥାନ୍ତି। ଏହାକୁ ଭାଜି ପଖାଳ ସହିତ ଖାଇବାକୁ ଭଲଲାଗେ। ଏହାର ବେସର ମଧ୍ୟ କରାଯାଇଥାଏ। ଏହି ମାଛ ୩ରୁ ୪ ମାସ ମଧ୍ୟରେ ଖାଇବା ଉପଯୋଗୀ ହୋଇଥାଏ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ଏହାର ଚାଷ କରାଯାଉଛି।

ଭାକୁର

ଭାକୁର

ଭାକୁର ମାଛ ଓଡ଼ିଶାର ପୋଖରୀ, ଗଡ଼ିଆ ଆଦିରେ ଭଲ ବଢ଼ିଥାନ୍ତି। ସବୁ ବର୍ଗର ଲୋକ ଏହାକୁ ଅଧିକ ପସନ୍ଦ କରିଥାନ୍ତି। ଏହାକୁ ଭଜା କରି କିମ୍ବା ତରକାରି କରି ଖାଇବାକୁ ଭଲ ଲାଗେ।

ମିରିକାଳି

ମିରିକାଳି

ମିରିକାଳି ମାଛ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବ୍ୟବସାୟିକ ଭାବେ ଚାଷ କରାଯାଇଥାଏ। ଏହା ଖାଇବାକୁ ଭଲ ଲାଗେ। ବାହାଘର, ବ୍ରତ ଘର କିମ୍ବା ଅନ୍ୟ ଉତ୍ସବରେ ଏହି ମାଛର ଅଧିକ ଚାହିଦା ରହିଥାଏ। ଏହାକୁ ତରକାରି, ଭଜା, ବେସର କରି ଖାଇବାକୁ ଭଲ ଲାଗିଥାଏ।

କଉ

କଉ

କଉମାଛ ବିଭିନ୍ନ ପୋଖରୀ, ଗଡ଼ିଆ, ପାଣି ଜମିରହିଥିବା ସ୍ଥାନରେ ବାସ କରିଥାନ୍ତି। ଏହା ଅଳ୍ପ ପାଣି କାଦୁଅ ସ୍ଥାନରେ ମଧ୍ୟ ସହଜରେ ବଞ୍ଚି ରହିଥାଏ। ଏହାକୁ ଭଜା କରି ପଖାଳ ସହିତ ଖାଇବାକୁ ଭଲଲାଗେ।

ଚୁଙ୍ଗୁଡି

ଚୁଙ୍ଗୁଡି

ଚୁଙ୍ଗୁଡି ଚାଷ ଏକ ଲାଭ ଜନକ ବ୍ୟବସାୟ। ଓଡ଼ିଶାର ସମୁଦ୍ର କୁଳିଆ ଅଞ୍ଚଳରେ ଅନେକ ଚୁଙ୍ଗୁଡି ଘେରି ରହିଛି। ଚିଲିକାରେ ବୈଜ୍ଞାନିକ ପଦ୍ଧତିରେ ଚୁଙ୍ଗୁଡି ଚାଷ କରାଯାଇଥାଏ। ରାଜ୍ୟରୁ ଜାପାନ, ଚାଇନା ଆଦି ରାଷ୍ଟ୍ରକୁ ଚୁଙ୍ଗୁଡି ରପ୍ତାନୀ ହୋଇଥାଏ।