ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଖାଦ୍ୟଶସ୍ୟ

ଧାନ

ଧାନ

ଧାନ ଓଡ଼ିଶାର ମୁଖ୍ୟ ଖାଦ୍ୟଶସ୍ୟ। ଧାନ ଚାଷ ପାଇଁ ଦୋରସା ମାଟି ଆବଶ୍ୟକ। ଉପକୂଳ ଅଞ୍ଚଳରେ ଅଧିକ ଧାନଚାଷ ହୋଇଥାଏ।

ଗହମ

ଗହମ

ଗହମ ପାଇଁ ଅଳ୍ପ ଆଦ୍ରତା ଯୁକ୍ତ ମାଟି ଆବଶ୍ୟକ। ସମୁଦ୍ର ପତ୍ତନଠାରୁ ଉଚ୍ଚା ଅଞ୍ଚଳରେ ଗହମ ଚାଷ ହୋଇଥାଏ। ଗହମରେ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ରହିଥାଏ।

ମାଣ୍ଡିଆ

ମାଣ୍ଡିଆ

ଓଡ଼ିଶାର ପାହାଡ଼ିଆ ଏବଂ ନଈକୂଳିଆ ଅଞ୍ଚଳରେ ପ୍ରାୟତଃ ଚାଷ କରାଯାଇଥାଏ। ଦକ୍ଷିଣ ଓଡ଼ିଶାରେ ମାଣ୍ଡିଆ ଚାଷ ଅଧିକ କରାଯାଇଥାଏ।

ମକା

ମକା

ପାହାଡ଼ିଆ ଅଞ୍ଚଳ ସହିତ ନଈକୂଳିଆ ଅଞ୍ଚଳରେ ମକା ଚାଷ ହୋଇଥାଏ। ବର୍ଷାଦିନେ କଅଁଳ ମକା ପୋଡ଼ି ଖାଇବାକୁ ଭଲ ଲାଗେ। ଓଡ଼ିଶାର କେତେକ ଅଞ୍ଚଳରେ ମିଠା ମକା ମଧ୍ୟ ଚାଷ କରାଯାଇଥାଏ।

ଡାଲି ଜାତୀୟ ଫସଲ

ଡାଲି ଜାତୀୟ ଫସଲ

ଡାଲି ଜାତୀୟ ଫସଲ ଧାନ ଫସଲ ପରେ ଚାଷ ହୋଇଥାଏ। ଓଡ଼ିଶାରେ ମୁଗ, ବିରି, କୋଳଥ, ହରଡ଼ ଆଦି ଚାଷ ହୋଇତାଏ। ରାଜ୍ୟର ମନ୍ଦିର ଗୁଡିକରେ ପ୍ରାୟତଃ ହରଡ଼ ଡାଲି ବ୍ୟବହୃତ ହୋଇଥାଏ।