ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଗୃହପାଳିତ ପଶୁ

ଗାଈ

ଗାଈ

ଓଡ଼ିଶାର ଅନେକ ପରିବାରରେ ଗାଈ ପାଳନ କରାଯାଇଥାଏ। ଗାଈକୁ ଭାରତୀୟ ସଂସ୍କୃତିରେ ମାତା ବୋଲି କୁହାଯାଇଥାଏ। ଏହାର ଗୋବର, ମୂତ୍ରକୁ ପବିତ୍ର ଭାବେ ଗ୍ରହଣ କରାଯାଇଥାଏ। ଗାଈ ଗୋବର ଘରେ ଲିପା ଯିବା ସହିତ ମୂତ୍ର ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ପୁରାଣରେ ବର୍ଣ୍ଣନା ରହିଛି ଗୋ ମାତାଙ୍କ ଶରୀରରେ ୩୩ କୋଟି ଦେବାଦେବୀ ବାସ କରନ୍ତି। ଗାଈ କ୍ଷୀର ସ୍ବାସ୍ଥ୍ୟ ବର୍ଦ୍ଧକ। କ୍ଷୀରରୁ ଦହି, ଛେନା, ଲହୁଣୀ, ଘିଅ, ରାବିଡ଼ି ଆଦି ପ୍ରସ୍ତୁତ ହୋଇଥାଏ।

ଛେଳି

ଛେଳି

ଓଡ଼ିଶାରେ ମୁଖ୍ୟତଃ କ୍ଷୀର ଏବଂ ମାଂସ ପାଇଁ ଛେଳି ପାଳନ କରାଯାଇଥାଏ। ଛେଳି ପାଳନରେ କମ୍‌ ଖର୍ଚ୍ଚ ହୋଇଥାଏ। ଛେଳିର ଚମଡ଼ାରୁ ବିଭିନ୍ନ ଚମଡ଼ା ଜାତ ଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ।

ମେଣ୍ଢା

ମେଣ୍ଢା

ଓଡ଼ିଶାରେ କ୍ଷୀର , ମାଂସ ଓ ପଶମ ପାଇଁ ମୁଖ୍ୟତଃ ମେଣ୍ଡା ପାଳନ ହୋଇଥାଏ। ମେଣ୍ଢା ଲୋମରୁ ପଶମ ସୂତା ପ୍ରସ୍ତୁତ କରାଯାଇ ସେଥିରୁ ବିଭିନ୍ନ ବସ୍ତ୍ର ପ୍ରସ୍ତୁତ କରାଯାଇଥାଏ।

କୁକୁର

କୁକୁର

ଘରର ସୁରକ୍ଷା ପାଇଁ ସାଧାରଣତଃ କୁକୁରକୁ ପାଳନ କରାଯାଇଥାଏ। ମଣିଷ ସଭ୍ୟତାରେ କୁକୁର ପ୍ରଥମ ପ୍ରାଣୀ ଭାବେ ମଣିଷ ସହିତ ଅତି ପ୍ରାଚୀନ କାଳରୁ ରହି ଆସିଛି। ଏହା ମାଲିକର ଅତ୍ୟନ୍ତ ବିଶ୍ୱସ୍ତ ଭାବେ କାର୍ଯ୍ୟ ସମ୍ପାଦନ କରିଥାଏ।

ବିଲେଇ

ବିଲେଇ

ବିଲେଇ ମଣିଷଙ୍କ ସହିତ ଘରେ ରହିଥାଏ। ଏହା ଆମିଷ ଓ ନିରାମିଷ ଉଭୟ ଖାଦ୍ୟ ଗ୍ରହଣ କରିଥାଏ। ବେଳେବେଳେ ଛୋଟ ଛୋଟ ପକ୍ଷୀ, ଜୀବ ଆଦି ମଧ୍ୟ ଶିକାର କରିଥାଏ। ମୂଷା କବଳରୁ ରକ୍ଷା ପାଇବା ପାଇଁ ମଣିଷ ବିଲେଇକୁ ଘରେ ପାଳନ କରିଥାଏ।