ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଅର୍ଥକରୀ ଫସଲ

ତୈଳବୀଜ

ତୈଳବୀଜ

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସୋରିଷ, ବାଦାମ, ସୂର୍ଯ୍ୟମୁଖୀ, ଜଡ଼ା,ରାଶି ଆଦି ଫସଲ ହୋଇଥାଏ। ଏଥିରୁ ମୁଖ୍ୟତଃ ତେଲ ବାହାର କରାଯାଇଥାଏ। ଏହାର ବର୍ଜ୍ୟ ଅଂଶରୁ ପିଡ଼ିଆ ଓ ପଶୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ।

ଆଖୁ

ଆଖୁ

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଖୁ ଚାଷ ହୋଇଥାଏ। ଆଖୁରୁ ଗୁଡ଼ ଓ ଚିନି ପ୍ରସ୍ତୁତ ହୋଇଥାଏ। ଆସିକା, ନୟାଗଡ଼ ଆଦି ସ୍ଥାନରେ ଚିନିକଳ ରହିଛି।

କପା

କପା

କପା କମ୍‌ ପାଣି ଉପଲବ୍ଧ ହେଉଥିବା ଅଞ୍ଚଳରେ ଚାଷ ହୋଇଥାଏ। କପାତୁଳାରୁ ସୂତା କଟାଯିବାପରେ ବିଭିନ୍ନ ପୋଷାକ ପ୍ରସ୍ତୁତ ହୋଇଥାଏ। ଦୈନଦିନ ଜୀବନରେ ବିଭିନ୍ନ ପୂଜାକାର୍ଯ୍ୟରେ କପା ତୁଳାର ଉପଯୋଗ ହୋଇଥାଏ।

ଝୋଟ

ଝୋଟ

ରାଜ୍ୟରେ କାଉଁରିଆ ଗଛରୁ ମୁଖ୍ୟତଃ ଝୋଟ ପ୍ରସ୍ତୁତ ହୋଇଥାଏ। ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଝୋଟରୁ ପ୍ରସ୍ତୁତ ଅଖାରେ ଖାଦ୍ୟଶସ୍ୟ ରଖାଯାଇଥାଏ। ବିଭିନ୍ନ ସାମଗ୍ରୀ ପରିବହନରେ ଝୋଟ ଅଖା ବ୍ୟବହୃତ ହୋଇଥାଏ।

ଆଳୁ

ଆଳୁ

ଆଳୁ ଏକ ଅର୍ଥକରୀ ଫସଲ। ରାଜ୍ୟର ଉପକୂଳ ଅଞ୍ଚଳ ସମେତ ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କେନ୍ଦୁଝର ଆଦି ଅଞ୍ଚଳରେ ଆଳୁ ଚାଷ କରାଯାଇଥାଏ। ବର୍ଷସାରା ଆଳୁକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ରହିଛି।