ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଜଙ୍ଗଲ ବୃକ୍ଷ

ଶାଳ

ଶାଳ

ଓଡ଼ିଶା ଜଙ୍ଗଲରେ ଶାଳ ଗଛ ଦୃଷ୍ଟି ଗୋଚର ହୋଇଥାଏ। ଏହାର ବିଭିନ୍ନ ଅଂଶ ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଜଙ୍ଗଲରେ ବାସ କରୁଥିବା ଜନଜାତି ସମ୍ପ୍ରଦାୟ ଶାଳ ଗଛ ଫୁଲ ମୁଣ୍ଡରେ ଖୋସିଥାନ୍ତି।

କୋଚିଲା

କୋଚିଲା

ଓଡ଼ିଶା ଜଙ୍ଗଲରେ କୋଚିଲା ଗଛ ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅନେକ ଔଷଧିୟ ଗୁଣ ରହିଛି। ଏହାର ଫଳକୁ କୋଚିଲା ଖାଇ ନାମ ପକ୍ଷୀ ଖାଇଥାଏ। ସାଧାରଣ ଭାବେ ଏହାର ସମସ୍ତ ଅଂଶ ପିତା ଲାଗିଥାଏ।

ବାଉଁଶ

ବାଉଁଶ

ଓଡ଼ିଶାର ଜଙ୍ଗଲରେ ବାଉଁଶ ଗଛ ଦେଖାଯାଇଥାଏ। ଏହାର ବିଭିନ୍ନ ଅଂଶ ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଜଙ୍ଗଲରେ ବାସ କରୁଥିବା ଜନଜାତି ସମ୍ପ୍ରଦାୟ ବାଉଁଶ କରଡିକୁ ଖାଦ୍ୟଭାବେ ବ୍ୟବହାର କରିଥାନ୍ତି।

ହେନ୍ତାଳ

ହେନ୍ତାଳ

ଲୁଣା ସନ୍ତସନ୍ତିଆ ଅଞ୍ଚଳରେ ହେନ୍ତାଳ ଗଛ ଦେଖାଯାଇଥାଏ। ହେନ୍ତାଳ ଜଙ୍ଗଲରେ ବାଘ, କୁମ୍ଭୀର, ସାପ ଆଦି ଜୀବଜନ୍ତୁ ବାସ କରିଥାନ୍ତି।

ଗମ୍ଭାରୀ

ଗମ୍ଭାରୀ

ଗମ୍ଭାରୀ ଗଛ ଓଡ଼ିଶାର ଜଙ୍ଗଲରେ ଦେଖାଯାଇଥାଏ। ଏହାର ବିଭିନ୍ନ ଅଂଶ ନାନା କାର୍ଯ୍ୟରେ ବ୍ୟବହୃତ ହୋଇଥାଏ।