ଶ୍ରେଷ୍ଠ ପାଞ୍ଚ: ପୂଜାରେ ବ୍ୟବହୃତ ପବିତ୍ର ପତ୍ର

କଦଳୀ

କଦଳୀ

ଓଡ଼ିଶାର ବିଭିନ୍ନ ପୂଜାରେ କଦଳୀପତ୍ରର ବ୍ୟବହାର କରାଯାଇଥାଏ। ଠାକୁରଙ୍କୁ ଭୋଗ ଲାଗି ପାଇଁ ଏହାର ଉପଯୋଗ ହୋଇଥାଏ। କଦଳୀ ପତ୍ରରେ ମହାପ୍ରସାଦ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି।

ବର

ବର

ବିଭିନ୍ନ ପୂଜାରେ ବର ପତ୍ରର ବ୍ୟବହାର କରାଯାଇଥାଏ। ଜନଜାତି ସମ୍ପ୍ରଦାୟ ପୂଜାରେ ବରପତ୍ର ବ୍ୟବହାର କରିଥାନ୍ତି। ଏଥିରେ ଭୋଗ ବାଢ଼ି ଠାକୁରଙ୍କୁ ଅର୍ପଣ କରିଥାନ୍ତି। ରବି ମହାଗ୍ରହଙ୍କ ପୂଜାରେ ବରପତ୍ରର ଉପଯୋଗ କରାଯାଇଥାଏ।

ଓସ୍ତ

ଓସ୍ତ

ଓଡ଼ିଶାରେ ଓସ୍ତପତ୍ରକୁ ଏକ ପବିତ୍ର ପତ୍ର ଭାବେ ବିବେଚନା କରାଯାଇଥାଏ। ମହାଲକ୍ଷ୍ମୀଙ୍କ ପୂଜାରେ ଏହାକୁ ବ୍ୟବହାର କରାଯାଇଥାଏ। ଏହା ଉପରେ ମହାଲକ୍ଷ୍ମୀଙ୍କ ବୀଜମନ୍ତ୍ର ଲେଖି ସ୍ଥାପନ କରାଯାଇଥାଏ। ଶନିମହାଗ୍ରହଙ୍କ ପୂଜାରେ ଓସ୍ତ ପତ୍ରର ବ୍ୟବହାର କରାଯାଇଥାଏ।

ତୁଳସୀ

ତୁଳସୀ

ପ୍ରଭୁ ଶ୍ରୀହରିଙ୍କ ପୂଜାରେ ତୁଳସୀ ପତ୍ରର ଉପଯୋଗ ହୋଇଥାଏ। ଶ୍ରୀଶାଳଗ୍ରାମଙ୍କ ଉପରେ ତୁଳସୀ ପତ୍ର ଲାଗି କଲେ ଶ୍ରୀହରି ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

ବେଲ

ବେଲ

ପ୍ରଭୁ ଭୋଳାନାଥଙ୍କ ପୂଜାରେ ବେଲପତ୍ରର ବ୍ୟବହାର କରାଯାଇଥାଏ। ସେହିପରି ଦୁର୍ଗାପୂଜାରେ ବେଲ ବରଣ କରାଯାଇ ମା’ଶ୍ରୀଦୁର୍ଗାଙ୍କୁ ବେଲ ପତ୍ର ଲାଗି ହୋଇଥାଏ।