ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଔଷଧୀୟ ଗଛଲତା

ଘି କୁଆଁରୀ

ଘି କୁଆଁରୀ

ଘି କୁଆଁରୀର ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ନିୟମିତ ସେବନ କଲେ ମଧୁମେହ ରୋଗ ସହିତ ମେଦବହୁଳତାରୁ ମୁକ୍ତି ମିଳିଥାଏ। ଏହାକୁ ମୁଣ୍ଡରେ ଘଷିଲେ ମୁଣ୍ଡାବୁଲାଇବା ବନ୍ଦ ହେବା ସହିତ ମୁଣ୍ଡ ଥଣ୍ଡା ରହିଥାଏ। ଉଚ୍ଚ ରକ୍ତଚାପ ରୋଗୀ ଏହାକୁ ମୁଣ୍ଡରେ ଘଷିଲେ ସୁଫଳ ମିଳିଥାଏ।

ତୁଳସୀ

ତୁଳସୀ

ତୁଳସୀ ପତ୍ରକୁ ବାଟି ଏହାର ରସକୁ ମହୁରେ ସେବନ କଲେ ଅନେକ ଉପକାର ମିଳିଥାଏ। ଓଡ଼ିଶାରେ ଶ୍ରୀହରିଙ୍କ ପୂଜାରେ ତୁଳସୀ ପତ୍ର ଲାଗି ହୋଇଥାଏ।

ପାତାଳ ଗରୁଡ଼

ପାତାଳ ଗରୁଡ଼

ସାପ ବିଷ ହରଣ ପାଇଁ ପାତାଳ ଗରୁଡ଼ ବେଶ୍‌ ଲୋକପ୍ରିୟ। ଏହାକୁ ଘର ନିକଟରେ ରୋପଣ କଲେ ସର୍ପ ଭୟ ରହି ନ ଥାଏ ବୋଲି ବିଶ୍ୱାସ କରାଯାଏ। ଉଚ୍ଚ ରକ୍ତଚାପ ରୋଗରେ ଏହାର ଉପଯୋଗ କରାଯାଇଥାଏ।

ପୋଦିନା

ପୋଦିନା

ପୋଦିନାର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ପେଟ ରୋଗରୁ ମୁକ୍ତି ପାଇଁ ହିତକର। ଏହାକୁ ଚଟଣୀ କରି ଖାଦ୍ୟଭାବେ ଗ୍ରହଣ କରାଯାଇଥାଏ।

ଧନିଆ

ଧନିଆ

ଧନିଆପତ୍ର ବିଭିନ୍ନ ପେଟରୋଗରେ ମହୋଷଧୀ ଭାବେ ପରିଗଣିତ ହୋଇଥାଏ। ଏହାକୁ ବିଭିନ୍ନ ରନ୍ଧାଖାଦ୍ୟରେ ବ୍ୟବହାର କରାଯାଇଥାଏ। ଏହା ପେଟ ଗ୍ୟାସ ଭଲ କରିଥାଏ।