ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପକ୍ଷୀ

କାଉ

କାଉ

ଓଡ଼ିଶାର ସବୁଠାରେ କାଉ ଦେଖିବାକୁ ମିଳନ୍ତି। ରାଜ୍ୟର ସାମାଜିକ ସଂସ୍କୃତି ସହିତ କାଉକୁ ନେଇ ଅନେକ କାହାଣୀ ରହିଛି। ଛୋଟ ପିଲାଙ୍କର ଅତିପ୍ରିୟ ପକ୍ଷୀ ହେଉଛି କାଉ। କାଉର ଡାକ ଅନେକ ପୂର୍ବ ସୂଚନା ଦେଇଥାଏ ବୋଲି ଓଡ଼ିଶାରେ ବିଶ୍ୱାସ ରହିଛି। କାଉକୁ ଖାଦ୍ୟ ଦେଲେ ଶନିମହାଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

ଭଦଭଦଳିଆ

ଭଦଭଦଳିଆ

ଓଡ଼ିଶାର ଜାତୀୟ ପକ୍ଷୀ ହେଉଛି ଭଦଭଦଳିଆ। ଏହାକୁ ଦେଖିଲେ ଶୁଭ ହୋଇଥାଏ ବୋଲି ଅନେକ ବିଶ୍ୱାସ କରିଥାନ୍ତି। ଭଦଭଦଳିଆ ଗାଁ ପାଖ ଗହଳିଆ ଗଛରେ ବାସ କରିଥାଏ। ଏହା ବିଭିନ୍ନ ପୋକଜୋକ ଖାଇ ଜୀବନଧାରଣ କରିଥାଏ।

ଘରଚଟିଆ

ଘରଚଟିଆ

ଘରଚଟିଆ ଚାଳଘରେ, କୋଠାଘର ସ୍କାଇଲାଇଟ୍‌ ଆଦି ସ୍ଥାନରେ ବସା କରିଥାଏ। ଘରଚଟିଆ ପୋକଜୋକ, ଶାଦ୍ୟଶସ୍ୟ ତଥା ମଣିଷ ଖାଉଥିବା ବିଭିନ୍ନ ଖାଦ୍ୟ ପ୍ରାୟତଃ ଖାଇଥାଏ।

ପାରା

ପାରା

ପାରା କୋଠାଘର ସ୍କାଇଲାଇଟ୍‌, ମନ୍ଦିର ଖୋପ ଆଦି ସ୍ଥାନରେ ବସା ବାନ୍ଧିଥାଏ। ଏହା ବିଭିନ୍ନ ଖାଦ୍ୟଶସ୍ୟ ଖାଇଥାଏ। ପାରାଙ୍କୁ ଖାଦ୍ୟ ଦେଲେ ବୃହସ୍ପତି ମହାଗ୍ରହ ଏବଂ ମା’ ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

ହଳଦୀବସନ୍ତ

ହଳଦୀବସନ୍ତ

ହଳଦୀବସନ୍ତ ଗହଳିଆ ଗଛଥିବା ସ୍ଥାନରେ ବସାକରେ। ଏହା ପୋକଜୋକ ଖାଇ ଜୀବନ ଧାରଣ କରିଥାଏ। ହଳଦୀ ବସନ୍ତକୁ ନେଇ ଅନେକ ନାନାବାୟା ଗୀତ ରହିଛି। ଛୋଟପିଲା ଅଝଟ ହେଲେ ମା’ମାନେ ଏହି ଗୀତ ଗାଇ ଶୁଣାଇଥାନ୍ତି।