ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ବନ୍ୟଜୀବ

ବାଘ

ବାଘ

ଭାରତର ଜାତୀୟ ପଶୁ ବାଘ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବାସ କରନ୍ତି। ଶିମିଳିପାଳ ଜଙ୍ଗଲରେ ବାଘ ବଂଶ ବୃଦ୍ଧି ପାଇଁ ଅଭୟାରଣ୍ୟ ରହିଛି। ସାତକୋଶିଆ, ଉଷାକୋଠିଠାରେ ମଧ୍ୟ ବାଘ ଅଭୟାରଣ୍ୟ ରହିଛି।

ହାତୀ

ହାତୀ

ଓଡ଼ିଶାରେ ହାତୀ ବଂଶ ବୃଦ୍ଧି ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ପ୍ରତିବର୍ଷ ରେଳ ଲାଇନ୍‌ରେ କଟି ଅନେକ ହାତୀଙ୍କ ମୃତ୍ୟୁ ଘଟିଥାଏ। ସେଥିପାଇଁ ସରକାର ଜଙ୍ଗଲ ବିଭାଗ ସହାୟତାରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି।

ସମ୍ବର

ସମ୍ବର

ସମ୍ବର ହେଉଛି ଓଡ଼ିଶାର ଜାତୀୟ ପଶୁ। ସମ୍ବର ବଂଶ ବୃଦ୍ଧି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ମିଳିତ ହୋଇ ନାନା ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବନ୍ୟଜୀବ ଶିକାର ଆଇନ ଅନୁସାରେ ଏପରି କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀଙ୍କୁ କଠୋର ଦଣ୍ଡାଦେଶ କରାଯାଇଥାଏ।

ଭାଲୁ

ଭାଲୁ

ଓଡ଼ିଶାରେ ମାଟିଆ ଭାଲୁ ଓ କଳା ଭାଲୁ ଉଭୟ ଦେଖାଯାଇଥାନ୍ତି। ବଡ଼ ଭାଲୁ ଜଙ୍ଗଲରେ ବାସ କରୁଥିବାବେଳେ ବୁଦୁବୁଦିଆ ଜଙ୍ଗଲରେ ଗାତ ଭାଲୁ ବାସ କରିଥାନ୍ତି।

ହରିଣ

ହରିଣ

ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ହରିଣ ଓ ଚଉଶିଙ୍ଗା ବାସ କରନ୍ତି। ଏମାନଙ୍କ ବଂଶ ବୃଦ୍ଧି ପାଇଁ ସରକାର ଜଙ୍ଗଲ ବିଭାଗ ସହଯୋଗରେ ନାନା ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟର ଅନେକ ସ୍ଥାନରେ ହରିଣ ପାର୍କ ସହିତ ଅଭୟାରଣ୍ୟ ମଧ୍ୟ ସ୍ଥାପନ କରାଯାଇଛି।