ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଲୋକପ୍ରିୟ ବଡ଼ି

ଫୁଲବଡ଼ି

ଫୁଲବଡ଼ି

ଫୁଲବଡ଼ି ଓଡ଼ିଶାର କେନ୍ଦୁଝର ଜିଲାରେ ବେଶ୍‌ ଲୋକପ୍ରିୟ। ଏହାର ପ୍ରସ୍ତୁତିରେ ଅଧିକ ପରିମାଣର ଅରୁଆ ଚାଉଳ ଓ କମ୍‌ ପରିମାଣର ବିରି ବ୍ୟବହୃତ ହୋଇଥାଏ। ଏହାକୁ ତେଲରେ ଭାଜି ଚଟଣି କରାଯାଇଥାଏ। କେହି କେହି ଏହାକୁ ତରକାରିରେ ମଧ୍ୟ ପକାଇଥାନ୍ତି।

କଖାରୁ ବଡ଼ି

କଖାରୁ ବଡ଼ି

ବିରି ବଡ଼ିରେ କଖାରୁ ମଞ୍ଜି ପକାଇ କଖାରୁ ବଡ଼ି କରାଯାଇଥାଏ। ଏହାକୁ ଭାଜି ପଖାଳ ଭାତ ସହିତ ଖାଇବାକୁ ଭଲ ଲାଗେ। ଏହା ବେଶ୍‌ ସ୍ବାଦଯୁକ୍ତ। ଖରାଦିନେ ଏହାର ଚାହିଦା ବଢ଼ିଥାଏ।

ରାଶି ବଡ଼ି

ରାଶି ବଡ଼ି

ବିରିରେ ରାଶିକୁ ଗୋଳାଇ ରାଶି ବଡ଼ି ପ୍ରସ୍ତୁତ କରାଯାଇଥାଏ। ପଶ୍ଚିମ ଓଡ଼ିଶାରେ ଏହା ବେଶ୍‌ ଲୋକପ୍ରିୟ। ପିଆଜ ରସୁଣ ଲଙ୍କ ସହିତ ଏହାକୁ ଚଟଣି କରି ଖାଇବାକୁ ଭଲ ଲାଗେ। ଖରାଦିନେ ପଖାଳ ସହିତ ଏହାକୁ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି।

ମସଲା ବଡ଼ି

ମସଲା ବଡ଼ି

କଖାରୁ ମଞ୍ଜି, କାକୁଡ଼ି ମଞ୍ଜି, ଲଙ୍କା, ଜିରା, ଧନିଆ ଆଦି ବଟା ବିରିରେ ମିଶାଇ ମସଲା ବଡ଼ି ପ୍ରସ୍ତୁତ କରାଯାଇଥାଏ। ଏହା ବେଶ୍‌ ସ୍ବାଦଯୁକ୍ତ। ଏହାକୁ ଭାଜି ଚଟଣି କରି କିମ୍ବା ତରକାରିରେ ପକାଇ ଖାଇବାକୁ ଭଲ ଲାଗେ।

ନାଡ଼ି

ନାଡ଼ି

ବିରି ଅରୁଆ ଚାଉଳକୁ ମିଶାଇ ନାଡ଼ି ପ୍ରସ୍ତୁତ କରାଯାଇଥାଏ। ଏହାକୁ ତରକାରିରେ ପକାଇ ଖାଇବାକୁ ଭଲ ଲାଗେ। କେତେକ ମନ୍ଦିରରେ ବେସର ପ୍ରସ୍ତୁତିରେ ଏହାର ବ୍ୟବହାର କରାଯାଇଥାଏ।