ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପବିତ୍ର ବୃକ୍ଷ

ନିମ

ନିମ

ଓଡ଼ିଶାରେ ନିମ ଗଛ ଅଧିକ ଦେଖିବାକୁ ମିଳିଥାଏ। ନିମ ଗଛର ଛାଲି, ପତ୍ର, ଫୁଲ,ଫଳ ଆଦିର ଅନେକ ଔଷଧୀୟ ଗୁଣ ରହିଛି। ନିମ ଦାରୁରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିର୍ମାଣ ହୋଇଥାଏ। ନିମ ଗଛର ପବନ ଦେହରେ ବାଜିଲେ ଅନେକ ରୋଗ ଭଲ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି।

ବେଲ

ବେଲ

ଓଡ଼ିଶାର ପ୍ରତିଟି ପୂଜାରେ ବେଲପତ୍ର ବ୍ୟବହାର କରାଯାଇଥାଏ। ବେଲଗଛର ଅନେକ ଔଷଧୀୟ ଗୁଣ ରହିଛି। ମହାଦେବଙ୍କୁ ୧୦୮ ବେଲପତ୍ର ଚଢ଼ାଇଲେ ବିପଦ ନାଶ ହୋଇଥାଏ ବୋଲି କୁହାଯାଇଥାଏ।

ନଡ଼ିଆ

ନଡ଼ିଆ

ନଡ଼ିଆ ପ୍ରତିଟି ପୂଜା କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଏହାକୁ ଓଡ଼ିଶାରେ ପବିତ୍ର ବୃକ୍ଷ ଭାବେ ବିବେଚନା କରାଯାଏ। ଏହି ବୃକ୍ଷରେ ଲକ୍ଷ୍ମୀଙ୍କ ନିବାସ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ବର

ବର

ବରଗଛ ପବିତ୍ରତାର ପ୍ରତୀକ। ଏହାକୁ ପୂଜା କଲେ ମନୁଷ୍ୟ ଜୀବନର ଅନେକ ବାଧାବିଘ୍ନ କଟିଯାଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବରଗଛ ସୂର୍ଯ୍ୟ ମହାଗ୍ରହଙ୍କ ପ୍ରତୀକ ବୋଲି କୁହାଯାଇଥାଏ।

ଓସ୍ତ

ଓସ୍ତ

ଓସ୍ତ ଗଛକୁ ଓଡ଼ିଶାରେ ପବିତ୍ର ବୃକ୍ଷ ଭାବେ ବିବେଚନା କରାଯାଇଥାଏ। ଏଥିରେ ଶନି ମହାଗ୍ରହଙ୍କ ନିବାସ ବୋଲି ବିଶ୍ୱାସ କରାଯାଏ। ଓସ୍ତ ପତ୍ରରେ ହଳଦୀ ଓ କୁଙ୍କୁମରେ ମହାଲକ୍ଷ୍ମୀଙ୍କ ବୀଜମନ୍ତ୍ର ଲେଖି ପାଖରେ ରଖିଲେ ଅନେକ ଉପକାର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।