ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ପୁଣ୍ୟକ୍ଷେତ୍ର

ଶଙ୍ଖକ୍ଷେତ୍ର

ଶଙ୍ଖକ୍ଷେତ୍ର

ଶ୍ରୀକ୍ଷେତ୍ର ପୁରୀକୁ ଶଙ୍ଖକ୍ଷେତ୍ର କୁହାଯାଇଥାଏ। ଏଠାରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ଅର୍କକ୍ଷେତ୍ର

ଅର୍କକ୍ଷେତ୍ର

କୋଣାର୍କକୁ ଅର୍କକ୍ଷେତ୍ର କୁହାଯାଇଥାଏ। ଏଠାରେ ପ୍ରଭୁ ସୂର୍ଯ୍ୟ ମହାଗ୍ରହଙ୍କ ମନ୍ଦିର ରହିଛି। ଚଳନ୍ତା ରଥ ସଦୃଶ କୋଣାର୍କ ମନ୍ଦିର ଦେଖିବାକୁ ପ୍ରତିଦିନ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

ତୁଳସୀ କ୍ଷେତ୍ର

ତୁଳସୀ କ୍ଷେତ୍ର

କେନ୍ଦ୍ରାପଡ଼ାକୁ ତୁଳସୀ କ୍ଷେତ୍ର କୁହାଯାଇଥାଏ। ଏଠାରେ ପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ମନ୍ଦିର ରହିଛି। ପ୍ରତିଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ମଣିକ୍ଷେତ୍ର

ମଣିକ୍ଷେତ୍ର

ଭଦ୍ରକର ଆରଡ଼ିକୁ ମଣିକ୍ଷେତ୍ର କୁହାଯାଇଥାଏ। ଏଠାରେ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ରହିଛି। ପ୍ରଭୁଙ୍କ ମହିମା ଅପାର। ପ୍ରଭୁଙ୍କ ପାଦୁକ କୃପାରୁ ଅନେକ ରୋଗ ଭଲ ହୋଇଥାଏ ବୋଲି ଶ୍ରଦ୍ଧାଳୁ ବିଶ୍ୱାସ କରିଥାନ୍ତି।

ଶାବର ଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ର

କୋରାପୁଟକୁ ଶାବର ଶ୍ରୀକ୍ଷେତ୍ର କୁହାଯାଇଥାଏ। ଏଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ରହିଛି। ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଛନ୍ତି। ପ୍ରତିବର୍ଷ ଏଠାରେ ରଥଯାତ୍ରା ଉତ୍ସବ ପାଳିତ ହୋଇଥାଏ।